BREAKING
Loading...
:

ସେବା ଉତ୍ସବ ସମିତି ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

 ସେବା ଉତ୍ସବ ସମିତି ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

 


ଦଶପଲ୍ଲା ୧୮/୦୭ :- ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଦୁଡ଼ା ପଞ୍ଚାୟତର ଆଦିବାସୀ ଅଞ୍ଚଳ ବାଇଝରି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ନୟାଗଡ଼ ସେବା ଉତ୍ସବ ସମିତି ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସେବା ଉତ୍ସବ ସମିତି ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଏବଂ ଗରିବ ଲୋକଙ୍କୁ ବସ୍ତ୍ର ଓ ଚପଲ ବଣ୍ଟନ ହୋଇଥିଲା । ଏହି ଶିବିରରେ ପ୍ରାୟ ୧୫୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚକ୍ଷୁ ବିଶେଷଜ୍ଞ ଡ଼ ଅରବିନ୍ଦ ଦାସ ଏବଂ ଡ଼ ବାଳକୃଷ୍ଣ ମହାରଣା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଫାର୍ମାସିଷ୍ଟ ବଂଶୀଧର ସାହୁ, ରବୀନ୍ଦ୍ର ଭଟ୍ଟ ବ୍ରହ୍ମା, ପ୍ରଫୁଲ କୁମାର ନାୟକ, ପ୍ରଦୀପ କୁମାର ସାହୁ, ସାମ୍ବାଦିକ ବିକ୍ରମ ସ୍ୱାଇଁ, ବାଇଝରି ବିଦ୍ୟାଳୟର ସହକାରୀ ଶିକ୍ଷକ ମଧୁସୂଦନ କହଁର, କୁଲୁରକୁମ୍ପା ପଞ୍ଚାୟତ ସମାଜସେବୀ ତଥା ସାମ୍ବାଦିକ ସତ୍ୟନାରାୟଣ ସାହୁ, ସମାଜସେବୀ ବସନ୍ତ କୁମାର ସାହୁ, ସାନ୍ତନୁ ନାୟକ, ସେବା ସମିତିର ସକ୍ରିୟ ସଦସ୍ୟ ଆଲୋକ ବେହେରା, ଟାକରା ଉତ୍ସର୍ଗ ଫାଉଣ୍ଡେସନର ସଭାପତି ତଥା ଯୁବ ସାମ୍ବାଦିକ ପ୍ରିୟବ୍ରତ ଆଚାର୍ଯ୍ୟ ଓ ଚନ୍ଦ୍ରଶେଖର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ସେବା ଉତ୍ସବ ସମିତି ସକ୍ରିୟ ସଦସ୍ୟ ପରମେଶ୍ବର, ପ୍ରଭୁଦତ୍ତ, ଗୁଲସନ୍, ସୌମ୍ୟା, ବର୍ଷା, ରଶ୍ମି, ସତ୍ୟ, ଅବିନାଶ, ଦେବାଶିଷ, ରାଜେଶ, ଆଶୁତୋଷ, ପ୍ରଶାନ୍ତ, ଆଦିତ୍ୟ, ଅଂଶୁମାନ, ଜ୍ଞାନ, ସ୍ନେହା, ମମତା, ସୁମନ, ଓମ୍, ପ୍ରମୋଦ, ଅଶୋକ, ଆଶିଷ, ଓଁକାର ପ୍ରମୁଖ ପରିଚାଳନା କରିଥିଲେ। ଏହି ସେବା ଉତ୍ସବ କାର୍ଯ୍ୟକ୍ରମ ଆଗାମୀ ୨୦ ତାରିଖରେ ଉଦଯାପନୀ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS