BREAKING
Loading...
:

କ୍ଲୋରଫିଲ ସ୍କୁଲ (ବ୍ରହ୍ମପୁର)ର ମନମାନୀ ଯୋଗୁଁ କୁନି କୁନି ବିଦ୍ୟାର୍ଥୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି।

 



*କ୍ଲୋରଫିଲ ସ୍କୁଲ (ବ୍ରହ୍ମପୁର)ର ମନମାନୀ ଯୋଗୁଁ କୁନି କୁନି ବିଦ୍ୟାର୍ଥୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି।ଏପରିକି ଛୋଟ ଛୁଆଙ୍କୁ ଘରେ ନଛାଡ଼ି ବସ୍ ଷ୍ଟପରେ ଛାଡିଦେଉଛନ୍ତି।ଯାହାକି ଅତି ଜଘନ୍ୟ, ଏହାକୁ ବରଦାସ୍ତ କରାଯିବ ନାହିଁ। *ଖୁବଶୀଘ୍ର ଏହି ସ୍କୁଲର ଗୁମର ଫୁଟିବ।*


*କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି କ୍ଲୋରଫିଲ୍ ସ୍କୁଲ୍।​"କେଉଁଠି ଗଲା ମାନବିକତା? କୁଆଡ଼େ ଗଲା ଶିକ୍ଷାନୁଷ୍ଠାନର ଦାୟିତ୍ୱବୋଧ?*

​ବ୍ରହ୍ମପୁର ନିକଟ ଚଣ୍ଡିପଦରରେ ଥିବା କ୍ଲୋରଫିଲ୍ ସ୍କୁଲ୍ (Klorofeel School, Berhampur ) ର ସାଂଘାତିକ ମନମାନୀ ଏବେ ସାମ୍ନାକୁ ଆସିଛି। ଜ୍ଞାନ ବାଣ୍ଟୁଥିବା ସ୍କୁଲ୍ ଏବେ ପାଲଟିଛି ସମ୍ବେଦନହୀନତାର କେନ୍ଦ୍ର!ଶିକ୍ଷାନୁଷ୍ଠାନ କୁ ବ୍ୟବସାୟିକରଣ କରିଛି ଏହି ଅନୁଷ୍ଠାନ।ନିଜର ନିୟମ ଏବଂ ମନମାନୀ ପାଇଁ ଆଜି ବଳି ପଡ଼ୁଛନ୍ତି କୁନି କୁନି କୋମଳମତି ଶିଶୁ।"

​​​"କୌଣସି ପୂର୍ବ ସୂଚନା ନାହିଁ, ନାହିଁ କୌଣସି ଅଫିସିଆଲ୍ ନୋଟିସ୍! ହଠାତ୍ ସ୍କୁଲ୍ ଗାଡ଼ି ଆସୁଛି ଏବଂ ସୁରକ୍ଷିତ ଭାବେ ଘରେ ଛାଡ଼ିବା ବଦଳରେ, ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ରାସ୍ତା କଡ଼ରେ, ବସ୍ ଷ୍ଟପ୍‌ରେ ଛାଡ଼ି ଦେଇ ଚାଲିଯାଉଛି!

​  ଗାଡ଼ିମୋଟର ଚାଲୁଥିବା ବ୍ୟସ୍ତବହୁଳ ରାସ୍ତା କଡ଼ରେ ଏହି ପିଲାଙ୍କୁ ଅସୁରକ୍ଷିତ ଭାବେ ଛାଡ଼ିଦେବା କେତେ ଦୂର ଯୁକ୍ତିଯୁକ୍ତ? ଯଦି କୌଣସି ଅପ୍ରୀତିକର ଘଟଣା ଘଟେ, ଏଥିପାଇଁ ଦାୟୀ ରହିବ କିଏ? ସ୍କୁଲ୍ କର୍ତ୍ତୃପକ୍ଷ ନା ପ୍ରଶାସନ?"

​ଏଥିପ୍ରତି ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ସରକାର ତୁରନ୍ତ ଏହି ଘଟଣାପ୍ରତି ଦୃଷ୍ଟି ଦିଅନ୍ତୁ। କୋମଳମତି ଶିଶୁଙ୍କ ସୁରକ୍ଷା ସହ ଖେଳୁଥିବା ଏହି ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

​ନଚେତ୍, ଅଭିଭାବକ ଏବଂ ଆଞ୍ଚଳିକ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।

​ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS