Indian Idol- 16: ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ବିଜୟୀ
ସୋନି ଟିଭିର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬' (Indian Idol 16) ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି। ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ ଏହି ସିଜନରେ ବିଜୟୀ ହୋଇଛନ୍ତି । ଜ୍ୟୋତିର୍ମୟୀ ନାୟକଙ୍କୁ 'ଇଣ୍ଡିଆନ୍ ଆଇଡଲ୍ ୧୬' ର ଚାମ୍ପିଅନ୍ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ମିଳିଛି।
ପୁଣି ଜାତୀୟ ସ୍ତରରେ ଉଜ୍ଜ୍ୱଳିତ ହେଲା ଓଡ଼ିଶାର ନାଁ। ନିଜର ସୁମଧୁର କଣ୍ଠ ଓ ଚିତାକର୍ଷକ ଗାୟିକୀ ବଳରେ ସେ ଗ୍ରାଣ୍ଡ ଫିନାଲେରେ ଅନ୍ୟ ୫ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମହାନ୍ ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ଜିତିବାରେ ଜ୍ୟୋତିର୍ମୟୀ ହେଉଛନ୍ତି ପ୍ରଥମ ଓଡ଼ିଆ। ଫାଇନାଲ୍ ମୁକାବିଲାରେ ଟପ୍-୩ ପ୍ରତିଯୋଗୀଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହୋଇଥିଲା।
ତନିସ୍କ ଶୁକ୍ଲା ଏବଂ ମନରାଜ ବୀର ସିଂଙ୍କ ଭଳି ପ୍ରତିଭାବାନ ଗାୟକଙ୍କୁ ପଛରେ ପକାଇ ଜ୍ୟୋତିର୍ମୟୀ ଚାମ୍ପିଅନ୍ ହୋଇଛନ୍ତି। ତାଙ୍କର ଏହି କୀର୍ତ୍ତିମାନ ପାଇଁ ସମଗ୍ର ଓଡ଼ିଶାରେ ଏବେ ଖୁସିର ଲହରୀ ଖେଳିଯାଇଛି। ଜ୍ୟୋତିର୍ମୟୀ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତର ବାଉଁଶନାଳ ଗ୍ରାମର ଝିଅ। ପିଲାଦିନରୁ ସଙ୍ଗୀତ ପ୍ରତି ତାଙ୍କର ଗଭୀର ରୁଚି ରହିଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment