BREAKING
Loading...
:

ବିଶୃଙ୍ଖଳିତ ଗଞ୍ଜାମ ପୁଲିସ

 



*ବିଶୃଙ୍ଖଳିତ ଗଞ୍ଜାମ ପୁଲିସ। ଶେଷରେ ସବୁ ସୀମା ପାର। ଜଣେ ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କୁ  ପୁଲିସ ଥାନାକୁ ନେଇ ଥାର୍ଡ଼ ଦେଲା। ଦିନେ କି ଦିଦିନ ନୁହେଁ ସପ୍ତାହେ କବିସୂର୍ଯ୍ୟନଗର ଥାନାରେ ରଖି ନିର୍ଯ୍ୟାତନା ଦେବା ପରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ଚପାଇବାକୁ ଏବେ ଉଦ୍ୟମ ଚାଲିଛି। ଦିବ୍ୟାଙ୍ଗ ସୁଶାନ୍ତଙ୍କ ମୃତ୍ୟ ପାଇଁ ପୁଲିସକୁ ଦାୟୀ କରିଛନ୍ତି ପରିବାର ଲୋକ। ବାରଙ୍ଗ ପରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ଘଟଣା ଏବେ ସାଧାରଣ ଲୋକଙ୍କ ଭିତରେ ପୁଲିସ ଉପରେ ଥିବା ବିଶ୍ୱାସ ତୁଟି ଯାଇଛି। ପୂର୍ବରୁ ବେଲଗାଁ ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଏବଂ ଧରାକୋଟ ଥାନା ଆଇଆଇସି କ୍ଷମତା ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କିନ୍ତୁ ବିଶେଷ କାର୍ଯ୍ୟାନୁଷ୍ଠାନ ନଥିବାରୁ କବିସୂର୍ଯ୍ୟନଗର ଥାନାରେ ଏଭଳି ଘଟଣା ଘଟିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS