କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଅପରାହ୍ନ ପ୍ରାୟ ସାଢେ ୩ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯିବାପାଇଁ ଥିବା ଷ୍ଟିଲ ସିଡିବାଡାରେ ଯୁବକଙ୍କ ମୃତ ଦେହ ଗାମୁଛାରେ ବନ୍ଧା ହୋଇଥିବା ଅବସ୍ଥାରେ ଠାବ ହୋଇଥିଲା। ମୃତ ଯୁବକ ଡେରାବିଶ ବ୍ଳକ ଅନ୍ତର୍ଗତ ରାଏତୁଣ୍ଡି ଗାଁର ଶ୍ରୀଚନ୍ଦନ ଦାସ ବୋଲି ଜଣାପଡିଛି। ସକାଳୁଆ ଅଫିସ ହୋଇଥିବାରୁ ଦିନ ଗୋଟାଏରେ ଅଫିସ ଛୁଟି ହୋଇଯିବା ପରେ ଯୁବକ ଜଣକ କଲେକ୍ଟର ଅଫିସ ଭିତରକୁ ଯାଇଥିବା ଅନୁମାନ କରାଯାଉଛି। ଶ୍ରୀଚନ୍ଦନ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। କେନ୍ଦ୍ରାପଡା ଟାଉନ୍ ଅନ୍ତର୍ଗତ ମଢିଆଳରେ ସେ ଘର ଭଡା ନେଇ ରହୁଥିଲେ।ଟାଉନ୍ ପୋଲିସ ପହଞ୍ଚି ଶବ ଜବତ କରିଛି। ମୃତ ଯୁବକଙ୍କ ପ୍ୟାଣ୍ଟ ପକେଟରୁ ଏକ ଛୋଟ ଫୋନ ଜବତ କରିଛି ପୋଲିସ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment