BREAKING
Loading...
:

ଢେଙ୍କାନାଳ ଜିଲ୍ଲା ର ଦୁର୍ଗମ,ଅପହଞ୍ଚ ଅଞ୍ଚଳରେ ଦୁଇ ସାମାଜିକ ଅନୁଷ୍ଠାନ ଦ୍ୱାରା ବସ୍ତ୍ର ଦାନ ଓ ଶୁଖିଲା ଖାଦ୍ୟ ବଣ୍ଟନ।




 ଢେଙ୍କାନାଳ ଜିଲ୍ଲା ର ଦୁର୍ଗମ,ଅପହଞ୍ଚ ଅଞ୍ଚଳରେ ଦୁଇ ସାମାଜିକ ଅନୁଷ୍ଠାନ ଦ୍ୱାରା ବସ୍ତ୍ର ଦାନ ଓ ଶୁଖିଲା ଖାଦ୍ୟ ବଣ୍ଟନ।

      ଜନ ମଙ୍ଗଳ ରାସୋଳ ସଂଗଠନ ତରଫରୁ ବ୍ୟବହାର ଯୋଗ୍ୟ ବସ୍ତ୍ର ଦାନ,ଆସ କରିବା ଆମେ ବସ୍ତ୍ର ଦାନ ଆହ୍ବାନ ର ସଫଳ ରୁପାୟନ।

       ସେଵାର୍ଥେ ଯୁବ ସମାଜ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ।ଆମେ ସବୁ ଅସହାୟ ର ସାଥୀ ଆହ୍ବାନ କୁ କଲେ ପ୍ରମାଣିତ।


ପୁଟିପାଳ,ଶିକୁଳୀ,କନ୍ତୋଲ,

କଙ୍କଡ଼ାହାଡ଼,ଢେଙ୍କାନାଳ।

           ଦେଶ ଆଜି ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନଙ୍କ ଜୀଵନ ଅତି ଦୟନୀୟ।ଖାଦ୍ୟ ବସ୍ତ୍ର ବାସଗୃହ ଭଳି ମୌଳିକ ଆବଶ୍ୟକତାରୁ ଆଜି ବି ବଞ୍ଚିତ‌ସରକାର ଙ୍କର ମାଳ ମାଳ ଗରିବ କଲ୍ୟାଣ ଯୋଜନା କିନ୍ତୁ ସେମାନଙ୍କ ପାଖରେ ପହଞ୍ଚିଵା ପୂର୍ବରୁ ହୋଇଯାଏ ବାଟ ମାରଣା।ଏମିତି ଏକ ଅଞ୍ଚଳ ଯେଉଁଠିକି ଯିବା ପାଇଁ ଖଣ୍ଡେ ଭଲ ରାସ୍ତା ନାହିଁ,ପାଣି ର ବ୍ୟବସ୍ଥା ନାହିଁ,ସବୁଠୁ ବଡ଼ କଥା ବିଦ୍ୟୁତ୍ ମଧ୍ୟ ସେହି ଯାଗାରେ ପହଞ୍ଚି ପାରିନି ବାସ୍ ସତରେ କାଟୁଛନ୍ତି ଯେମିତି ଏକ ଅନ୍ଧାରୀ ଜୀବନ।ତେବେ ସରକାର ଙ୍କ ତରଫରୁ ରୁ ସମସ୍ୟାର ସମାଧାନ ପାଇଁ ପ୍ରାୟସ ଜାରି ରହିଥିଲେ ସୁଦ୍ଧା ସମୁଦ୍ର କୁ ଶଂଖେ ଭଳି ଲାଗେ।

        ଢେଙ୍କାନାଳ ଜିଲ୍ଲା,କଙ୍କଡ଼ାହାଡ ବ୍ଲକର ପାହାଡ,ପର୍ବତ,ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ଭିତରେ ଗାଁ ଦୁଇଟି ପୁଟିପାଳ,ଶିକୁଳୀ।କଙ୍କଡ଼ାହାଡ ରୁ ପ୍ରାୟ ୩୦କିଲୋମିଟର ଦୂରରେ  ପାହାଡ଼ ଉପରେ,ଅଗନା ଅଗନି ବନସ୍ତ ଭିତରେ ଦୁର୍ଗମ ରାସ୍ତା ଅତିକ୍ରମ କରି ପହିଞ୍ଚି ଥିଲେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ଓଡ଼ିଶା ର ଦୁଇ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହିନ୍ଦୋଳ ଅଞ୍ଚଳ ର ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ)ରାସୋଳ ଓ କଣ୍ଟାପାଳ ଅଞ୍ଚଳ ର ସେଵାର୍ଥେ ଯୁବ ସମାଜ ର ସହୃଦୟ ସ୍ବେଛାସେବୀ ଗଣ।

        ଗାଁ ରେ କୋଡ଼ିଏ ଟି ଆଦିବାସୀ ସମ୍ପ୍ରଦାୟ ର ଜୁଆଙ୍ଗ,ଶବର ପରିବାର କାଟୁଛନ୍ତି ଦୁର୍ବିସହ ଜୀବନ।ଆବାସ ଯୋଜନା ରେ କାହାକୁ ବାଟ ମାରଣା ରେ ମିଳିଛି ଭଙ୍ଗା ଦଦରା ଘର ତ କାହା ପାଇଁ ଆବାସ ଯୋଜନା ସାତ ସପନ।ପ୍ରତୈକ ଟି ପରିବାର ଖାଦ୍ୟ ବସ୍ତ୍ର ବାସଗୃହ ଭଳି ମୌଳିକ ଆବଶ୍ୟକତା ସହିତ ଯୁଝୁ ଥିବା ବେଳେ ଗ୍ରାମବାସୀ ମାନଙ୍କର ମୁଖ୍ୟ ସମସ୍ୟା ଭିତରେ ଗାଁ କୁ ଭଲ ରାସ୍ତା ନାହିଁ,ଜଳ ର ବ୍ୟବସ୍ଥା ନାହିଁ, ହଁ ସୋଲାର ବ୍ୟବସ୍ଥା ରେ ଗାଁ ରେ ସରକାର ଙ୍କ ତରଫରୁ ଲାଗିଛି ଗୋଟେ କି ଦୁଇଟା ସୋଲାର ଲାଇଟ୍।ବଣ ଜଙ୍ଗଲ ଭିତରେ ଜଙ୍ଗଲୀ ଜନ୍ତୁଙ୍କ ସହିତ କାଟୁଛନ୍ତି ଅନ୍ଧାରୀ ଜୀବନ।ରାତି ବିକାଳୀ ସ୍ବାସ୍ଥ୍ୟ ଗତ ସମସ୍ୟା ଉପୁଜିଲେ ଗମନାଗମନ ର ସୁବିଧା ନଥିବା ହେତୁ ହୁଏତ ଚାଲି ଯାଉଥିବା କାହା ଜୀବନ।

       ତେବେ ଏପରି ପରିସ୍ଥିତି ରେ ଆସ କରିବା ଆମେ ବସ୍ତ୍ର ଦାନ,ଆମେ ସବୁ ଅସହାୟ ର ସାଥୀ ଆହ୍ବାନ କୁ ପ୍ରମାଣିତ କରିବାକୁ ଯାଇ ଦୁଇ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ତରଫରୁ   ବ୍ୟବହାର ଯୋଗ୍ୟ ବସ୍ତ୍ର ଦାନ,ପ୍ରସାଧନ ସାମଗ୍ରୀ ଆଦି ବଣ୍ଟନ କରିବା ସହିତ ସେଵାର୍ଥେ ଯୁବ ସମାଜ ତରଫରୁ ପ୍ରତିଷ୍ଠାତା ପ୍ରଦୀପ୍ତ ବାରିକ,ସେବକ ସତ୍ୟବାନ ମହାନ୍ତ, ପ୍ରିୟରଞ୍ଜନ ହେନ୍ତାଳିଆ, ସରୋଜ ସାହୁ, ଶ୍ରୀପତି ନାୟକ ପ୍ରମୁଖ ଉପସ୍ଥିତ ରହି ଶୁଖିଲା ଖାଦ୍ୟ କଦଳୀ,ମିଠା,ଅଣ୍ଡା,ବିସ୍କୁଟ ଆଦି ପ୍ରଦାନ କରିଥିଲେ।ରଜ ପର୍ବ ପାଇଁ ଅଗ୍ରୀମ ଶୁଭେଛା ଓ ଶୁଭକାମନା ଜଣାଇଥିଲେ।ପ୍ରତି ଟି ମୁହଁ ରେ ସେମାନଙ୍କର ହସ ଫୁଟିଥିଲା ସତ କିନ୍ତୁ ଗାଁ ସମସ୍ୟାର ସମାଧାନ ପାଇଁ ସରକାର ଓ ପ୍ରଶାସନ ସ୍ତରରେ ଅବଗତ ପାଇଁ ନିବେଦନ ମଧ୍ୟ କରିଥିଲେ।ଆଜି ସିନା ଗୋଟିଏ ଦିନ ପାଇଁ ତାଙ୍କ ମୁହଁ ରେ ହସ କିନ୍ତୁ ସବୁଦିନ ର ଲୁହ ପୋଛିଵାକୁ କେବେ ଚେତିବ ସରକାର ଓ ପ୍ରଶାସନ ଏବେ ପ୍ରତିଟି ଆଦିବାସୀ ପରିବାର ର ପ୍ରଶ୍ନ।

          ତେବେ ଫେରିବା ବାଟରେ ପାହାଡ ପାଦଦେଶ ରେ ବାମ ପଞ୍ଚାୟତ ର ପଥରଗଡ,ଆଉ ଏକ ଆଦିବାସୀ ଗାଁ ର ଜୁଆଙ୍ଗ ବସ୍ତି ବାସିନ୍ଦା ଙ୍କ ସହ କିଛି ସମୟ ଅତିବାହିତ କରି ଅନୁରୁପ ଭାବେ ପୋଷାକ ଓ ଶୁଖିଲା ଖାଦ୍ୟ ଦାନ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS