BREAKING
Loading...
:

ଖଲ୍ଲିକୋଟ NAC ର ଦୁର୍ନୀତି ଗ୍ରସ୍ତ ନଗରପାଳ କାହା ବଳ ରେ ଦୁର୍ନୀତି କୁ ପ୍ରସେହ ଦେଉଛନ୍ତି....

 ଖଲ୍ଲିକୋଟ NAC ର ଦୁର୍ନୀତି ଗ୍ରସ୍ତ ନଗରପାଳ କାହା ବଳ ରେ ଦୁର୍ନୀତି କୁ ପ୍ରସେହ ଦେଉଛନ୍ତି....



  ଖଲ୍ଲିକୋଟ(NAC),




ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅନ୍ତର୍ଗତ ୱାର୍ଡ ନଂ–୯ରେ ଫାସୁଳା ଠାରୁ ମସାଣି ରୋଡ଼ ପର୍ଯ୍ୟନ୍ତ ପ୍ରାୟ ୧୯,୯୯,୫୭୪ ଟଙ୍କା ବ୍ୟୟରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ବର୍ତ୍ତମାନ ଖଲ୍ଲିକୋଟ ଅଞ୍ଚଳରେ ଚlଞ୍ଚଲ୍ୟ ସୁଷ୍ଟି କରିଛି l ସ୍ଥାନୀୟ ଜନ ସାଧାରଣ କହିବା ଅନୁଯାଇ ଖଲ୍ଲିକୋଟ NAC ର ୱାର୍ଡ ନମ୍ବର 9 ର ଫେବର ବ୍ଲକ ରାସ୍ତା ନିର୍ମାଣ ରାତିଅଧିଆ ଲୁଚା ଛପା ରେ କାମ ଚାଲୁଛି l ଏହିରାସ୍ତାର ନିର୍ମାଣ ସରକାରୀ ନିୟମ ଅନୁଯାଇ ନହୋଇ ଏଠି କାଦୁଅ କlଙ୍କେରା ପୋତି ପଥର ଗୁଣ୍ଡ ବିଂଛି ଦେଇ ପାର୍ଶ୍ଵରେ ଥିବା କଂକରିଡ଼ କାନ୍ଥ ଗୁଡାକ ହାତରେ ଘସିଲେ ମେଣ୍ଟାଲ ବାଲି ସିମେଣ୍ଟ ଝଡୁଥିବା ନେଇ ଉକ୍ତ ଗ୍ରାମର ଲୋକମାନେ ନିମ୍ନ ମାନର ବୋଲି ଅଭିଯୋଗ ଆଣିଛନ୍ତି l   ବିଶେଷ ସୂତ୍ର ରୁ ଜଣାପଡୁଅଛିଯେ, ନଗରପାଳଙ୍କ ସମ୍ପର୍କୀୟ ଠିକାଦାରଙ୍କ କାର୍ଯ୍ୟ ଗୁଡିକୁ ତଦାରଖ କରିବl ନିମନ୍ତେ NAC ର କୌଣସି ବି ସରକାରୀ କର୍ମଚାରୀ ବାବୁମାନେ ଉକ୍ତ କାମ  ଗୁଡିକୁ ତଦାରଖ କରୁନାହାନ୍ତି l  ୱାର୍ଡ ନମ୍ବର- 9 ରେ ଫlସୁଳା ଠାରୁ ମସାଣି ରୋଡ଼ ପଯ୍ୟନ୍ତ କlମ ର ଠିକାଦାର ହେଉଛନ୍ତି ନଗରପାଳ ଙ୍କ ସମ୍ପର୍କୀୟ ଝିଆରୀ l   ଏହି ରାସ୍ତା ନିର୍ମାଣ ଅନିୟମିତତା ଭାବେ ଠିକାଦାର କାର୍ଯ୍ୟ କରୁଥିବା  ନେଇ ସ୍ଥାନୀୟ ବାସିନ୍ଦା କାମ ଟିକୁ ଅଟକାଇ ନଗରପାଳ ଇ ନିରଞ୍ଜନ ବେହେରା ଓ ୱାର୍ଡ ମେମ୍ବର ଅଶୋକ ସେଠିଙ୍କୁ ରାସ୍ତା କାମ ବିଷୟରେ ଜଣାଇ ଥିଲେ କିନ୍ତୁ ନଗରପାଳ ଓ ୱାର୍ଡ ମେମ୍ବର ମହୋଦୟ କହିଥିଲେ କାମ ଠିକରେ ନିର୍ମାଣ ହେଉଛି l ଏହିକାର୍ଯ୍ୟରେ ଅଶନ୍ତୁଷ୍ଟ ହୋଇ ଉକ୍ତ ଗ୍ରାମ ର ଲୋକ ମାନେ ମଣ୍ଡଳ କମିଟି ପାଖରେ ଅଭିଯୋଗ କରିଥିଲେ l ମଣ୍ଡଳ କମିଟି ସଭାପତି ଓ ସାଂସଦ ପ୍ରତିନିଧି ଶଙ୍କର ପ୍ରସାଦ ନାହାକଙ୍କ ଜରିଆରେ NAC କର୍ତ୍ତୃପକ୍ଷଙ୍କୁ  ଅଭିଯୋଗ କରିବାଶତ୍ୱେ ଉକ୍ତ କାମ ନିକଟକୁ ଯିବାପାଇଁ ନିର୍ବାହୀ ଅଧିକାରୀ ମନl କରିଦେଇଥିଲେ l  ସରକାରଙ୍କ କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କିଛି ଅସାଧୁ ଠିକାଦାର  NAC ପ୍ରଶାସନକୁ ହାତ ବାରିସୀ କରି ମନ ଇଚ୍ଛା ନିର୍ମାଣ କାର୍ଯ୍ୟ କରୁଥିବା ଯୋଗୁଁ ଜନ ସାଧାରଣ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS