BREAKING
Loading...
:

ବଦଳିବ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଚାଉଳ ବଣ୍ଟନ ନିୟମ ; ବ୍ୟକ୍ତି ପିଛା ୭; ପରିବାରକୁ ସର୍ବାଧିକ ୩୫କେଜି

 ବଦଳିବ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଚାଉଳ ବଣ୍ଟନ ନିୟମ ; ବ୍ୟକ୍ତି ପିଛା ୭; ପରିବାରକୁ ସର୍ବାଧିକ ୩୫କେଜି



ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ରେସନ ବଣ୍ଟନ ନିୟମରେ ବଡ଼ ପରିବର୍ତ୍ତନ ଆସିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା (ସଂଶୋଧନ) ବିଲ୍-୨୦୨୬ର ଏକ ଚିଠା ପ୍ରସ୍ତୁତ କରିଛନ୍ତି। ଏହି ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ଅନ୍ତ୍ୟୋଦୟ ଅନ୍ନ ଯୋଜନା(ଏଏୱାଇ) ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ ନିୟନ୍ତ୍ରଣ ନିୟମ ପରିବର୍ତ୍ତନ କରାଯାଇପାରେ।


ନୂତନ ଡ୍ରାଫ୍ଟରେ ପ୍ରତି ପରିବାର ପାଇଁ ବର୍ତ୍ତମାନ ମିଳୁଥିବା ୩୫କେଜି ପରିବର୍ତ୍ତେ ପ୍ରତି ବ୍ୟକ୍ତିକୁ ୭କେଜି ଲେଖାଏଁ ଚାଉଳ ଯୋଗାଇବାର ପ୍ରସ୍ତାବ ଦିଆଯାଇଛି। ମାତ୍ର, କୌଣସି ପରିସ୍ଥିତିରେ ପ୍ରତି ପରିବାର ପାଇଁ ସର୍ବାଧିକ ସୀମା ୩୫କେଜିରୁ ଅଧିକ ହେବ ନାହିଁ। ଅର୍ଥାତ୍‌ ୫ରୁ ଊର୍ଦ୍ଧ୍ବ ସଦସ୍ୟ ବିଶିଷ୍ଟ ପରିବାରକୁ ୩୫କେଜିରୁ ଅଧିକ ଚାଉଳ ମିଳିବ ନାହିଁ। ସରକାର ସାଧାରଣ ଜନତା ଏବଂ ଅଂଶୀଦାରଙ୍କଠାରୁ ଏହି ଡ୍ରାଫ୍ଟ ସମ୍ପର୍କରେ ଆସନ୍ତା ୧୩ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପରାମର୍ଶ ଏବଂ ଆପତ୍ତି ଲୋଡ଼ିଛନ୍ତି। ଏହି ପରିବର୍ତ୍ତନର ପ୍ରାଥମିକ ଉଦ୍ଦେଶ୍ୟ ଅନ୍ତ୍ୟୋଦୟ ଅନ୍ନ ଯୋଜନା

ଅଧୀନରେ ଖାଦ୍ୟ ଶସ୍ୟ ବଣ୍ଟନରେ ଥିବା ଅସମାନତା ଦୂର କରିବା ବୋଲି କୁହାଯାଉଛି। ସରକାରଙ୍କ କହିବା କଥା, ବର୍ତ୍ତମାନର ପରିବାର-ଭିତ୍ତିକ ଆବଣ୍ଟନ ଯୋଗୁଁ ଛୋଟ ପରିବାର ପ୍ରତି ବ୍ୟକ୍ତି ଅଧିକ ଶସ୍ୟ ପାଉଛନ୍ତି। କିନ୍ତୁ ବଡ଼ ପରିବାରରେ ମୁଣ୍ଡପିଛା ଅଂଶ କମ୍। ନୂତନ ପ୍ରସ୍ତାବର ଲକ୍ଷ୍ୟ ହେଉଛି ବଣ୍ଟନ ବ୍ୟବସ୍ଥାକୁ ପରିବାର-ଭିତ୍ତିକ ଆବଣ୍ଟନ ପରିବର୍ତ୍ତେ ବ୍ୟକ୍ତିଗତ-ଭିତ୍ତିକ ଆବଣ୍ଟନକୁ ସ୍ଥାନାନ୍ତର କରିବା।

ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ଗରିବ ପରିବାରଗୁଡ଼ିକୁ ମାସକୁ ୩୫ କେଜି ଚାଉଳ ଯୋଗାଇ ଦିଆଯାଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS