ସନ୍ଧ୍ୟା ହେଇଗଲେ ଜାତୀୟ ରାଜପଥ ଅନ୍ଧାର ରାଜପଥସାରା କିଟିକିଟି ଅନ୍ଧାର ବଡୁଛି ଦୃଘଟଣା ସବୁ ଜାଣିଶୁଣି ନିରବ କତୃପକ୍ଷ ।
ବ୍ରମ୍ହପୁର, (ରଙ୍ଗେଇଲୁନ୍ଦା) -ରଙ୍ଗେଇଲୁଣ୍ଡା ବ୍ଲକ ସଞ୍ଜନଇଁଲେ ୧୬ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନରେ ଅକ୍ଷର ବୁଡିଯାଉଛି । ରାସ୍ତା ମଝିରେ ଓ ପାର୍ଶ୍ଵରେ ଲଗାଯାଇଥିବା ଶତାଧିକ ଏଲ୍ଇଡି ଷ୍ଟିଟ୍ ଲାଇଟ୍ ଦୀର୍ଘଦିନ ଧରି ଅଚଳପଡିଥିବାରୁ ରାତିରେ ଯାତାୟତ ବିପଦପୂର୍ଣ୍ଣ ହୋଇପଡିଛି । ଫଳରେ ପ୍ରତିଦିନ ହଜାରହଜାର ଯାନବାହନ ଚଳାଚଳ କରୁଥିବା ଏହି ରାଜପଥରେ ଦୁର୍ଘଟଣାର ଆଶଙ୍କା ବଢି ଚାଲିଛି । ବିଭିନ୍ନ ସମୟରେ ରାସ୍ତାରେ ବୁଲୁଥିବା ଗାଇମାନଙ୍କୁ ଗାଡି ଗୁଡ଼ିକ ଧକ୍କାଦେଇଥିବା ନଜର ରହିଛି । ବ୍ରହ୍ମପୁର ଦେ ୧୬ ନମ୍ବର ଜାତୀୟ ରାଜପଥ ଯାଉଥିବା ବେଳେ ଏହା ବିଶାଖାପାଟଣା ଠାରୁ ଭୁବେନେଶ୍ଵର କୁ ସଂଯୋଗ କରିଛି । ଏହି ଜାତୀୟ ରାଜପଥ ବ୍ରହ୍ମପୁର ସହର ର ଗୋଷାଣି ନୂଆଗାଁ ଲାଞ୍ଜିପଲ୍ଲୀ , ଆଙ୍କୁଲୀ , କମାପଲ୍ଲୀ ଓ ଆମ୍ବପୁଆ ଭଳି ବିଭିନ୍ନ ଛକ ଦେଇ ଗତି କରିଛି । ସେହିପରି ଏହି ଛକ ଗୁଡିକ ସିଧାସଳଖ ରାଜପଥ ଠାରୁ ସହର ମଧ୍ୟରୁ ସଂଯୋଗ କରିଛି । ଫଳରେ ପ୍ରତିଦିନ ସହର ମଧ୍ୟରୁ ରାଜପଥକୁ ଏବଂ ରାଜପଥ ଠାରୁ ସହର ଭିତରକୁ ଶତାଧିକ ଗାଡି ଯାତାୟାତ କରିଛନ୍ତି । ସେହିଭଳି ଜାତୀୟ ରାଜପଥରେ ପ୍ରତିଦିନ ବିଭିନ୍ନ ବର୍ଗର ଗାଡି ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ରାସ୍ତାଦେଇ ଜାତାୟତ କରିଥାଏ। ଯାତ୍ରୀଙ୍କ ସୁରକ୍ଷା ସମେତ ରାଜପଥରେ ଦୁର୍ଘଟଣା ରକିବା ନିମନ୍ତେ ରାସ୍ତା ମଝି ଓ ପାର୍ଶ୍ଵରେ ଶତାଧିକ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍, ଲଗାଯାଇଛି । ଏଥି ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ରାସ୍ତାରେ ଲାଗିଥିବା ଏଲ୍ଇଡି ଲାଇଟର ରକ୍ଷଣାବେକ୍ଷଣ ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣର ଦାୟିତ୍ୱ ରହିଛି । ଏଭଳି ଭାବେ ରାଜପଥର ଆଲୋକୀକରଣ ଓ ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିବା ସତ୍ତ୍ଵେୱ ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ ରହିଥିବା ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ଲାଇଟ୍ ବନ୍ଦ ରହିଥିବା ବେଳେ ସମସ୍ୟ ସମାଧାନ ନ ହେବାରୁ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରାଧିକରଣର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ଧାର ଯୋଗୁଁ ରାତିରେ ରାସ୍ତା ପାର ହେବା ଏବଂ ଯାନ ଚଳାଚଳ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡିଛି । ବିଶେଷକରି ବର୍ଷା ସମୟରେ ଦୃଶ୍ୟମାନତା କମିଯାଉଥିବାରୁ ଦୁର୍ଘଟଣାର ସମ୍ଭାବନା ଆହୁରି ବଢି ଯାଉଛି । ବାରମ୍ଭାର ଅଭିଯୋଗ ଓ ଦାବି ସତ୍ତ୍ୱେୱ ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ ପଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଉନଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଚଳ ଲାଇଟ୍ ଗୁଡିକୁ ତୁରନ୍ତ ବଦଳାଇବା ସହ ନିୟମିତ ରକ୍ଷଣା ବେକ୍ଷଣ କରିବାକୁ ବିଭିନ୍ନ ସାମାଜିକ ସଂଗଠନ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଦାବି କରିଛନ୍ତି । ଏହି ସମସ୍ୟାକୁ ଗୁରୁତ୍ବର ସହ ନେଇ ଶୀଘ୍ର ସମାଧାନ କଲେ ରାତ୍ରିକାଳୀନ ଦୁର୍ଘଟଣା ହ୍ରାସ ଘାଇବା ସହ ଯାତ୍ରୀମାନେ ବିରାପଦ ଯାତାୟର ସୁବିଧା ପାଇପାରିବେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧିକାରଣ କତୃପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment