BREAKING
Loading...
:

ବରିଷ୍ଠ କିରାଣୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

 ବରିଷ୍ଠ କିରାଣୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ 



ଗଣିଆ ( ମଣିଭଦ୍ରା ଖବର) ଗଣିଆ ବ୍ଲକର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,କିଶୋର ପ୍ରସାଦର ବରିଷ୍ଠ କିରାଣୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଜଗଦୀଶ ମିଶ୍ରଙ୍କ ସଭାପତିତ୍ବରେ ଗ୍ରାମ ସଭାପତି ସନାତନ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, ବିଦାୟୀ କିରାଣୀ ନିରଞ୍ଜନ ବାରିକ,ସମ୍ମାନିତ ଅତିଥି ଭାବେ ଶଙ୍କର୍ଷଣ ପ୍ରଧାନ,ନିଳମଣି ସାମଲ,ଚୈତନ୍ୟ ପୃଷ୍ଟି,ମାର୍କଣ୍ଡ ପ୍ରଧାନ,ପଞ୍ଚାନନ ବେହେରା, ମନୋରଞ୍ଜନ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ସେ ଦୀର୍ଘ ଦିନ ଧରି ଉକ୍ତ ବିଦ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ । ଜଣେ ନିଷ୍ଠାପର କର୍ମଚାରୀ ଭାବରେ ସେ ନିଜର ଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କ କାର୍ଯ୍ୟଦକ୍ଷତା ସମ୍ପର୍କରେ ଅତିଥି ମାନେ ଅଭିଭାଷଣ ରଖିବା ସହିତ ପ୍ରଧାନଶିକ୍ଷକ ଭୁରି ଭୁରି ପ୍ରଶଂସା କରିଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷୟତ୍ରୀଙ୍କୁ ଉପଢୌକନ, ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କୁ ଏକ ଶୋଭାଯାତ୍ରାରେ ନିଜ ଗ୍ରାମକୁ ନିଆଯାଇଥିଲା ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS