BREAKING
Loading...
:

ମାଲକାନଗିରିରେ ପୋଲିସକୁ ବଡ଼ ସଫଳତା: ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

 



*ମାଲକାନଗିରିରେ ପୋଲିସକୁ ବଡ଼ ସଫଳତା: ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ!* 

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଞ୍ଚଳରେ ପୋଲିସ ଏକ ବଡ଼ ଧରଣର ମାଓବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଗୁଣ୍ଠାବେଡା ଏବଂ କଦମଗୁଡ଼ା ଜଙ୍ଗଲରେ ଚଢ଼ାଉ କରି ପୋଲିସ ଏକ ମାଓ ଡମ୍ପ୍ ଠାବ କରିଛି।

 *ଜବତ ହୋଇଥିବାପ୍ରମୁଖ ସାମଗ୍ରୀ ଗୁଡ଼ିକ ହେଲା:*

୨ଟି ଏସ୍.ଏଲ୍.ଆର୍ (SLR) ବନ୍ଧୁକ,

ଆମେରିକା ନିର୍ମିତ ଗୋଟିଏ ପିସ୍ତଲ ଓ ମାଗାଜିନ୍,

୨ଟି ଦେଶୀ ପିସ୍ତଲ,

୨ଟି ଆଇଇଡି (IED) ଓ ଗୋଟିଏ କ୍ଲେମୋର୍ ମାଇନ୍,

୭ଟି ୱାକିଟକି ଓ ୩ ମିଟର କୋଡେକ୍ସ ତାର,

 ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: *୪୫ଟି ପେନ୍ ଡ୍ରାଇଭ୍* ଏବଂ *ଗୋଟିଏ ହାର୍ଡଡିସ୍କ* ସମେତ ୩୭ ପ୍ରକାରର ସାମଗ୍ରୀ!

ଏହି ଡିଜିଟାଲ୍ ସାମଗ୍ରୀରୁ ମାଓ ସଂଗଠନର ଅନେକ ଗୁପ୍ତ ତଥ୍ୟ ମିଳିବାର ସମ୍ଭାବନା ରହିଛି। ମାଲକାନଗିରି ଏସପି ବିନୋଦ ପାଟିଲ ସୂଚନା ଦେଇଛନ୍ତି ଯେ, ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଆଗକୁ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିବ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS