BREAKING
Loading...
:

ପାଣିମୁଣ୍ଡା ଗ୍ରାମର ମହାବନ୍ଧର ପୁନରୁଦ୍ଧାରରେ କାମରେ ଅନିୟମିତତା

 ପାଣିମୁଣ୍ଡା ଗ୍ରାମର ମହାବନ୍ଧର ପୁନରୁଦ୍ଧାରରେ କାମରେ ଅନିୟମିତତା



କାମ ଉପରେ ଚାଲିଛି କାମ,୨ଟି କାମରେ ଗୋଟିଏ ଫଳକ 


ଲକ୍ଷା ଧିକ ଟଙ୍କା ହରିଲୁଟ ଉଦ୍ୟମ


ଅଭିଯୋଗ ଆଣିଲେ ଗ୍ରାମବାସୀ


ଲାଞ୍ଜିଗଡ, -:ପୋଖରୀ ପୁନରୁଦ୍ଧାରରେ ଯୋଜନା ନାଁ ରେ ସରକାର କୋଟି କୋଟି ଟଙ୍କା ଖର୍ଜ କରୁଛନ୍ତି । ହେଲେ ଦୁର୍ଗମ ଅଞ୍ଚଳରେ ଏହି ଯୋଜନାରେ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନ ରାଶିକୁ ଚତୁରତାର ସହ ହେରଫେର କରାଯାଉଛି ।ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକରେ।ବ୍ଲକରେ ଥିବା ୪ ଗୋଟି ପଞ୍ଚାୟତରେ ଜିଲ୍ଲା ପରିଷଦ କଳାହାଣ୍ଡି କେପିଟାଲ ଏସ୍ସେଟ ଯୋଜନାରେ ଟେଣ୍ଡର ହୋଇ ୧୦ ଟି ମହାବନ୍ଧର  ପ୍ରାୟ ୧ କୋଟି ଟଙ୍କାର ମହାବନ୍ଧର ପୁନରୁଦ୍ଧାର କାମ ଚାଲିଛି।କିଛି ସ୍ଥାନୀୟ ଲୋକ ଓ ଯନ୍ତ୍ରୀଙ୍କ ସହ ସଫାସୁତୁରା ହୋଇ କମ୍ କାମ କରାଇ ଠିକାଦାର ମାନେ ମିଥ୍ୟା ବିଲ୍ ଦଶାୟୀ ଲକ୍ଷାଧ‌ିକ ଟଙ୍କାର ହରିଲୁଟ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।ଏଭଳି ଏକ ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତର ପାଣିମୁଣ୍ଡା ଗାଁରେ ଥିବା ମହାବନ୍ଧର ପୁନରୁଦ୍ଧାର କାମରୁ।ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଳକ ଗୋବର୍ଦ୍ଧନପୁର ପଞ୍ଚାୟତର ପାଣିମୁଣ୍ଡା ଗାଁ ମହାବନ୍ଧର ପୁନରୁଦ୍ଧାର କାମ ପାଇଁ  ଆର୍ଥିକ ୨୦୨୫-୨୬ ବର୍ଷ ଜିଲ୍ଲା ପରିଷଦ କଳାହାଣ୍ଡି ତରଫରୁ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଯୋଜନାରେ ମହାବନ୍ଧର ପୁନରୁଦ୍ଧାର କାମ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ରାଶି ଆସିଥିଲା।ଏହି କାମଟି ଗତ ୨୦୨୬ ମେ ୨୫ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା କାମ ୮୦ ପ୍ରତିଶତ ସରିଛି।ବର୍ତ୍ତମାନ ଏହି କାମ ସମ୍ପୂର୍ଣ୍ଣ ନ ହେଉଣୁ ପୁଣି ଉକ୍ତ ମହାବନ୍ଧର ପୁନରୁଦ୍ଧାର କାମ ପାଇଁ ନୂତନ ଭାବେ ଆର୍ଥିକ ବର୍ଷ ୨୦୨୫-୨୬ ଜିଲ୍ଲା ପରିଷଦ କଳାହାଣ୍ଡି କେପିଟାଲ ଏସ୍ସେଟ ଯୋଜନାରେ ଟେଣ୍ଡର ହୋଇ ଉକ୍ତ ମହାବନ୍ଧର ପୁନରୁଦ୍ଧାର କାମ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ରାଶି ଆସିଛି।କିନ୍ତୁ ୧୫ ଦିନ ପୂର୍ବରୁ ମାତ୍ର ୪ ରୁ ୫ ଦିନ ଜେସିବି ମାଧ୍ୟମରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର କାମ କରି ଠିକାଦାର କାମ ବନ୍ଦ କରି ଚାଲିଯାଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଏହା ବ୍ୟତୀତ ମହାବନ୍ଧକୁ ପଶୁଥିବି ପାଣିକୁ ମାଟି ପକେଇ ବନ୍ଦ କରିଦେଇଛି। ପୂର୍ବରୁ ଚାଲିଥିବା ୫ ଲକ୍ଷ ଟଙ୍କାର କାମରେ ସୂଚନା ଫଳକ ଲାଗିଥିବା ବେଳେ ଏହି ୧୦ ଲକ୍ଷ ଟଙ୍କା ଟେଣ୍ଡର କାମରେ କୌଣସି ସୂଚନା ଫଳକ ଲଗା ଯାଇନାହିଁ।ଗୋବର୍ଦ୍ଧନପୁର ପଞ୍ଚାୟତ ତଥା ଏହି କାମ ଦାଇତ୍ୱରେ  ଥିବା କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ଦିନେ ମଧ୍ୟ କାମ ଦେଖିବା ପାଇଁ ଆସିନାହିଁ। ଆଜିକୁ ୫ ଦିନ ହେଲା ଗ୍ରାମବାସୀମାନେ କାମକୁ ନେଇ ଯନ୍ତ୍ରୀକୁ ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନଥିବା କହିଛନ୍ତି।ମହାବନ୍ଧର ପୁନରୁଦ୍ଧାର କାମ ପାଇଁ ବର୍ତ୍ତମାନ ଗୋଟିଏ ଫଳକ ରହିଥିବା ବେଳେ ୨ ଗୋଟି କାମ କରାଯାଉଥିବା ଗାଁ ଲୋକେ କହୁଛନ୍ତି।ବର୍ତ୍ତମାନ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ମହାବନ୍ଧରେ ବର୍ଷା ପାଣି ପଶିବା ସହିତ ବନ୍ଧ ହିଡରେ ମଣିଷ ଚାଲିବା କଷ୍ଟକର ହେଉଛି।ଏହି ପରିପ୍ରେକ୍ଷୀରେ କିପରି ମହାବନ୍ଧର ବାକେୟା ଥିବା କାମ କରିପାରିବ ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି।ପୁଣି ଉକ୍ତ ପଞ୍ଚାୟତର ଭାଲୁଚଞ୍ଚରା ଗାଁକୁ ଚାଲି ଯାଇ ସେଠାରେ ଥିବା ଅସ୍ଥାୟୀ ବନ୍ଧକୁ କୁଡିବା ଆରମ୍ଭ କରିଥିବା ବେଳେ  ବର୍ଷା ଦିନରେ ବନ୍ଧ ଖୋଳାବାକୁ ଦେବୁନାହିଁ କହି ଭାଲୁଚଞ୍ଚରା ଗାଁ ଲୋକ ସେଠାରୁ ଘଉଡ଼ାଇ ଥିଲେ।ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାମ ନକରି ମିଥ୍ୟା ବିଲ କରି ଅର୍ଥ ହରିଲୁଟ ଉଦ୍ୟମ ଚାଲିଛି ବୋଲି ବି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ବାରମ୍ବାର ଲୋକଙ୍କ ଅଭିଯୋଗ ପରେବି ଦୁର୍ନୀତି ବିରୁଦ୍ଧରେ କୌଣସି ତଦନ୍ତ ହେଉନଥିବା ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ସଠିକ କାର୍ଯ୍ୟରେ ନଲାଗି ଆତ୍ମସାତ କରାଯାଉଛି ବୋଲି ଚର୍ଚ୍ଚା ହେଉଛି।ଏନେଇ ଲାଞ୍ଜିଗଡ଼ ବ୍ଳକ ଗୋବର୍ଦ୍ଧନପୁର ପଞ୍ଚାୟତ ଦାଇତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବେହେରାଙ୍କୁ ପଚାରିବାରୁ ମୁଁ ଏହି ବାବଦରେ ଗାଁର ଭୋଇ ବାବୁଙ୍କ ସହିତ କଥା ହୋଇଛି।ବର୍ତ୍ତମାନ ବର୍ଷା ପାଣି ବନ୍ଧରେ ପଶି ଯାଇଛି।ପାଣି ଟିକେ କମିଲେ ୨ ଗୋଟି ଜେସିବି ନେଇ କାମ କରାଯିବ ବୋଲି ପ୍ରକାଶ କରିଥିଲେ।ଏହି ଖବର ଯନ୍ତ୍ରୀଙ୍କ ଠାରୁ ଶୁଣିବା ପରେ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରି ଯନ୍ତ୍ରୀ କହନା କରି ମିଛ କହୁଛନ୍ତି ବୋଲି କହିବା ସହ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଭିଜିଲାନ୍ସ ବିଭାଗ ଗୁରୁତ୍ବ ପୂର୍ବ ଭାବେ କାମର ଉଚ୍ଚ ସ୍ତରୀୟ ତଦନ୍ତ ସକାଶେ ଗ୍ରାମବାସୀ ବାବି ହେଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS