BREAKING
Loading...
:

ଟାଙ୍କିରେ ଝୁଲୁଛି ତାଲା,ଲୋକେ ହନ୍ତସନ୍ତ



 ଭୁବନେଶ୍ୱର 

ତେଲ ଟାଙ୍କିରେ ପେଟ୍ରୋଲ ଡିଜେଲ ନମିଳିବା କିମ୍ବା ରାତିରୁ ତାଲା ଝୁଲୁଥିବା ଖବର ସାମ୍ନାକୁ ଆସୁଛି ଯାହା ପେଟ୍ରୋଲ କ୍ରାଇସିସ ସୁଷ୍ଟି କରିଛି । ଭୁବନେଶ୍ୱର ଅନେକ ପେଟ୍ରୋଲ ପାମ୍ପରେ ତେଲ ନଥିବାରୁ ତାଲା ଝୁଲୁଛି ଯାହାଦ୍ୱାରା ଗ୍ରାହକ ମାନେ ଅସୁବିଧାର ସମୁଖୀନ ହେଉଛନ୍ତି। ତେଲ ସରିଯିବା ଆଶଙ୍କାରେ ଲୋକେ ଟାଙ୍କିରେ ତେଲ ପକାଇବା ପାଇଁ ଭିଡ଼ ଜମାଉଛନ୍ତି । ତୈଳ ଯୋଗାଣରେ ବ୍ୟାଘାତ କିମ୍ବା ଅନ୍ୟ କୌଣସି କାରଣ ରୁ ଏପରି ସ୍ଥିତି ଉପୁଜିବା ସନ୍ଦେହ କରାଯାଇଛି । ରସୁଲଗଡ ଭାରତ ପେଟ୍ରୋଲ ପମ୍ପ ରେ ଗ୍ରାହକ ମାନେ ଲମ୍ବା ଲାଇନ ଲଗେଇ ଦିର୍ଘ ସମୟ ଧରି ରାତିରୁ ସକାଳ 6 ଟା ପଯ୍ୟନ୍ତ ଥିଆ ହୋଇଛନ୍ତି ଗ୍ରାହକ ତେଲ ଟାଙ୍କି ଖୋଲା ହେଇନଥିବାରୁ ଲୋକ ମାନଙ୍କର ଭିଡ଼ ଲାଗି ରହିବା ଦେଖିବାକୁ ମିଳିଥିଲା ଭାରତ ପେଟ୍ରୋଲ ପମ୍ପ ରସୁଲଗଡ ରେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS