BREAKING
Loading...
:

କଟକ ଜିଲ୍ଲାପାଳଙ୍କ ମା’ଚର୍ଚ୍ଚିକା ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା

 କଟକ ଜିଲ୍ଲାପାଳଙ୍କ ମା’ଚର୍ଚ୍ଚିକା ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା 




ବାଙ୍କୀ ,୫l୫ (ମାନସ ରଞ୍ଜନ ସାହୁ ):କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କ ବାଙ୍କୀ ବ୍ଲକର ଜନଶୁଣାଣୀ ଅବସରରେ ମା’ଚର୍ଚ୍ଚିକା ମନ୍ଦିର ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହିତ ସେବାୟତମାନଙ୍କ  ସହିତ ଆଲୋଚନା କରିଥିଲେ । ମା’ଚର୍ଚ୍ଚିକାଙ୍କ ବେଢ଼ା କାର୍ଯ୍ୟ ପରିକ୍ରମା ପାଇଁ ପୂର୍ବ ସରକାରଙ୍କ ସମୟରେ ୫କୋଟି ୫୩ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଆଜି ପର୍ଯ୍ୟନ୍ତ ସେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟ  ସମାପନ କରିବା ପାଇଁ ବିଧାୟକ ପୂର୍ତ୍ତବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତତ୍‌ସହିତ ଯେଉଁ ଠିକାଦାର ସଂସ୍ଥା ଉପରୋକ୍ତ କାର୍ଯ୍ୟ କରିବା ପାଇଁ ଟେଣ୍ଡର ପାଇଛନ୍ତି ସେ ଯଦି କାର୍ଯ୍ୟରେ ଅବହେଳା କରେ ସେଇ ଠିକାଦାର ସଂସ୍ଥାର ଲାଇସେନ୍ସ ରଦ୍ଦ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ତଦାରଖ ସମୟରେ ମନ୍ଦିର ପରିଚାଳନା କମିଟି ସଭାପତି ଆଇନଜୀବି ସନ୍ତୋଷ କୁମାର ରଣା, ସୁଶାନ୍ତ ମହାପାତ୍ର , ଅଶୋକ କୁମାର  ରଣା, ମୃତ୍ୟୁଞ୍ଜୟ ମହାପାତ୍ର, ଶରତ ଚନ୍ଦ୍ର ରଣା, ମନୋଜ ରଣା, ଦିଲ୍ଲୀପ ରଣା ସମେତ ସମସ୍ତ ସେବାୟତ ଉପସ୍ଥିତ ରହି ମନ୍ଦିର କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS