BREAKING
Loading...
:

ଜିତୁ ମୁଣ୍ଡା ଏପିସୋଡ୍ ରେ Twist*,ଭିନ୍ନ୍ ଭିନ ରହସ୍ୟଘେରରେ ଅନେକ କିଛି#

 *ଜିତୁ ମୁଣ୍ଡା ଏପିସୋଡ୍ ରେ Twist*,ଭିନ୍ନ୍ ଭିନ ରହସ୍ୟଘେରରେ ଅନେକ କିଛି#



 


*ଜିତୁ ମୁଣ୍ଡା ‘କଙ୍କାଳ’ ବିବାଦରେ ନୂଆ ମୋଡ଼; ଭାଉଜଙ୍କ ଆଫିଡେଭିଟ୍ ଖୋଲିଲା ରହସ୍ୟର ପେଡ଼ି!*

*କେନ୍ଦୁଝର:* ଜିତୁ ମୁଣ୍ଡା ନିଜ ସମ୍ପର୍କୀୟଙ୍କ କଙ୍କାଳ ବୋହି ବ୍ୟାଙ୍କକୁ ଆଣିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପ୍ରଶାସନର ସମ୍ବେଦନହୀନତାକୁ ନେଇ ଚାରିଆଡ଼େ ନିନ୍ଦା କରାଯାଉଥିବା ବେଳେ, ଏବେ ସାମ୍ନାକୁ ଆସିଛି ଏକ ଚମକାଇଲା ଭଳି ତଥ୍ୟ। ଏହି ଘଟଣାର ପଛରେ କେବଳ ଦାରିଦ୍ର୍ୟ ନୁହେଁ, ବରଂ ପାରିବାରିକ ବିବାଦ ଏବଂ ଉତ୍ତରାଧିକାରୀ ସତ୍ତ୍ୱକୁ ନେଇ ଏକ ବଡ଼ ରହସ୍ୟ ଲୁଚି ରହିଥିବା ଅନୁମାନ କରାଯାଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏବଂ ଅନୁସନ୍ଧାନରୁ ମିଳିଥିବା ଏକ ନୋଟାରୀ ଆଫିଡେଭିଟ୍ (ତାରିଖ: ୨୬ ମାର୍ଚ୍ଚ ୨୦୨୬) ଅନୁଯାୟୀ, ମୃତ କଲରା ମୁଣ୍ଡାଙ୍କ ଭାଉଜ ଗୁରୁବାରୀ ମୁଣ୍ଡା (ସ୍ୱାମୀ- ଧନୁର୍ଦ୍ଧର ମୁଣ୍ଡା) ନିଜକୁ କଲରାଙ୍କ ଏକମାତ୍ର ଆଇନଗତ ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, *"କଲରା ମୁଣ୍ଡାଙ୍କର ମୋ (ଗୁରୁବାରୀ) ଛଡ଼ା ଅନ୍ୟ କେହି ଆଇନଗତ ଉତ୍ତରାଧିକାରୀ (Legal Heir) ନାହାନ୍ତି।"*


 ମୃତ୍ୟୁ ପ୍ରମାଣପତ୍ର (Death Certificate)ହାସଲ କରିବା ପାଇଁ ଏହି ଆଫିଡେଭିଟ୍ କରାଯାଇଛି।


ଯଦି ଗୁରୁବାରୀ ମୁଣ୍ଡା ନିଜକୁ ଏକମାତ୍ର ଉତ୍ତରାଧିକାରୀ ବୋଲି ଦର୍ଶାଉଛନ୍ତି, ତେବେ ଜିତୁ ମୁଣ୍ଡା କେଉଁ ଅଧିକାରରେ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଚେଷ୍ଟା କରୁଥିଲେ ?

ଏଠାରେ ପ୍ରଶ୍ନ ଉଠୁଛି:

 1. ଜିତୁ ମୁଣ୍ଡା କଣ ଜାଣିଶୁଣି ନିଜକୁ ଉତ୍ତରାଧିକାରୀ ସଜାଇ ଟଙ୍କା ହଡ଼ପ କରିବାକୁ ଚାହୁଁଥିଲେ?

 2. ବ୍ୟାଙ୍କ କର୍ମଚାରୀମାନେ ଯଦି ଦଲିଲ ମାଗିଥିଲେ, ତେବେ ସେମାନେ ନିଜ ନିୟମ ଅନୁଯାୟୀ ଠିକ୍ ଥିଲେ କି?

 3. ପରିବାର ଭିତରେ ଥିବା ଆଭ୍ୟନ୍ତରୀଣ କଳହ କଣ ଏହି 'କଙ୍କାଳ ବୁହା' ନାଟକର ମୂଳ କାରଣ?


ଖବର ମିଳିଛି ଯେ, ଟଙ୍କା ଭାଗବଣ୍ଟାକୁ ନେଇ ଜିତୁ ମୁଣ୍ଡା ଏବଂ ତାଙ୍କ ସାନ ଭାଇଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସାନ ଭାଇ ଜିତୁଙ୍କୁ ଟାଙ୍ଗିଆରେ ହାଣିବାକୁ ଧମକ ଦେଇଥିବା କଥା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହି ଘଟଣା ପଛରେ କେବଳ ଜଣେ ଅସହାୟ ଗରିବର ଆର୍ତ୍ତନାଦ ନାହିଁ, ବରଂ ସମ୍ପତ୍ତି ପାଇଁ ଚାଲିଥିବା ଏକ ଷଡ଼ଯନ୍ତ୍ର ମଧ୍ୟ ଥାଇପାରେ।


ମୃତ କଲରା ମୁଣ୍ଡାଙ୍କ ଆଧାର କାର୍ଡ ଅପଡେଟ୍ ନଥିବା ବେଳେ ବ୍ୟାଙ୍କ ନିୟମ ଅନୁସାରେ କେୱାଇସି (KYC) ବିନା ଟଙ୍କା ଦେବା ଅସମ୍ଭବ। ଜଣେ ନିରକ୍ଷର ବ୍ୟକ୍ତିଙ୍କୁ ଭୁଲ ବୁଝାଇ କେହି ଏହିଭଳି କାଣ୍ଡ କରାଇଥାଇ ପାରନ୍ତି କି? କେବଳ ଭାବପ୍ରବଣତାରେ ବସି ସରକାରୀ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ଏହି 'ଆଫିଡେଭିଟ୍'ର ସତ୍ୟାସତ୍ୟ ଯାଞ୍ଚ ହେବା ଜରୁରୀ।

ଅତି

ଗରିବ ବୋଲି ସବୁବେଳେ ଜଣେ ସାଧୁ ହୋଇନଥାଏ କିମ୍ବା ପାଠ ପଢୁଆ ବୋଲି ଜଣେ ସବୁବେଳେ ଶୋଷଣକାରୀ ହୋଇନଥାଏ। ଜିତୁ ମୁଣ୍ଡା ଘଟଣାରେ ଯଦି ଗୁରୁବାରୀ ମୁଣ୍ଡାଙ୍କ ଆଫିଡେଭିଟ୍ ସତ୍ୟ ହୁଏ, ତେବେ ଜିତୁଙ୍କ ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହି ମାମଲାରେ ଆରଡିସି (RDC) ଏବଂ ଜିଲ୍ଲା ପ୍ରଶାସନ କେବଳ ବ୍ୟାଙ୍କ ବାଲାଙ୍କୁ ନୁହେଁ, ବରଂ ଏହି ଜାଲିଆତି ଏବଂ ପାରିବାରିକ ବିବାଦର ଗଭୀର ତଦନ୍ତ କରିବା ଆବଶ୍ୟକ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS