ବାଫଲି ମାଳି ଗେଟ ଆଗରେ ଧାରଣା, ପୁଣି ୧୧ ତାରିଖ କୁ ଆଲଚନା ଘୁଞ୍ଚିଲା !
ବାଫଲି ମାଳି ଖଣି ପ୍ରଭାବିତ ଚତୁର୍ପାଶ୍ୱ ଗ୍ରାମବାସୀଙ୍କ ପୁଣି ଉତ୍କଳ ଆଲୁମିନା ବିପକ୍ଷରେ ଧାରଣା।
ବାଫଲି ମାଳି ଚତୁର୍ପାଶ୍ୱ ଖଣି ପ୍ରଭାବିତ ଗ୍ରାମବାସୀ ଙ୍କ ଦୀର୍ଘ ଦିନର ଦାବିକୁ ନେଇଁ ବକ୍ସାଇଟ ଖଣି ମୂଖ୍ୟ ଗେଟ ଠାରେ ଦୁଇ ଦିନ ଧରି ଅଞ୍ଚଳ ବାସୀ ଧାରଣା ଦେଇଥିଲେ। ଧାରଣା ସ୍ଥଳରେ ପ୍ରକଳ୍ପ କତୃପକ୍ଷ ପହଞ୍ଚି ଧାରଣା କାରୀଙ୍କ ସହ ଏକ ଆଲୋଚନା ହୋଇଥିଲା। ହେଲେ ସମସ୍ତ ଦାବିକୁ ନେଇଁ ପୁଣି ଆସନ୍ତା ତା ୧୧ ରିଖ ରେ ଆଲଚନା କରି ସମାଧାନ ର ବାଟ ବାହାର କରିବେ ବୋଲି ପ୍ରକଳ୍ପ ଅଧିକାରୀ ମାନେ ଲିଖିତ ଆଶ୍ୱାସନା ଦେଇଥିବା ଜଣା ପଡିଛି। ମୁଖ୍ୟ ବିଷୟ ହେଲା ଦୁଇ ଦଶନ୍ଧି ଧରି ବାଫଲି ମାଳି ଖଣି ପ୍ରଭାବିତ ଅଞ୍ଚଳରେ ଯେଉଁ ସବୁ ଉନ୍ନୟନ ମୂଳକ ପଦକ୍ଷେପ ପ୍ରକଳ୍ପ ଦ୍ଵାରା ନିଆଯାଇଛି ତାହା କୌଣସି ଆଖିଦୃଶିଆ ନୁହଁ ବୋଲି ଖଣି ଅଞ୍ଚଳବାସୀ ସ୍ପଷ୍ଟ ଭାବେ ଅଭିଯୋଗ କରିଛନ୍ତି। ତେଣୁ ଅଞ୍ଚଳର ବିକାଶ ବା ଅଞ୍ଚଳବାସୀଙ୍କ ଆର୍ଥିକ ପରିସ୍ଥିତି ସୁଦୃଢ ଦିଗରେ ଯଦି ପ୍ରକୃତ ରେ ପ୍ରଶାସନ ସହ ପ୍ରକଳ୍ପ ଚିନ୍ତା କରୁଥାଏ ତେବେ ବାଫଲି ମାଳି ଚତୁର୍ପାଶ୍ୱ ଗ୍ରାମାଞ୍ଚଳରେ ଚାରା ଉଦ୍ୟାନ ମାନ କରାଯାଉ, ଯଦ୍ୱାରା ଅଞ୍ଚଳରେ ପୁରୁଷ ମହିଳା ମାନେ ନିୟମିତ ରୋଜଗାର ପାଇପାରିବା ସହ ଅଞ୍ଚଳର ବିକାଶ ଏବଂ ଏକ ଉପଯୋଗୀ ପରିବେଷ ନିର୍ମାଣ ହୋଇ ପାରିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମୋହଲ ରେ ଆଲୋଚନା ହେଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment