BREAKING
Loading...
:

ଦୈନିକ ତିନିଶହ ଟଙ୍କା ମଜୁରୀ ଦେଇ, ଶ୍ରମିକଙ୍କୁ ଶୋଷଣ କରୁଛି ଠିକାଦାର

 *ଦୈନିକ ତିନିଶହ ଟଙ୍କା ମଜୁରୀ ଦେଇ, ଶ୍ରମିକଙ୍କୁ ଶୋଷଣ କରୁଛି ଠିକାଦାର!* 



ଏହି ଦୃଶ୍ୟ ଦେଖିବାକୁମିଳିଛି ସମ୍ବଲପୁର ଝାରସୁଗୁଡା  110 no ରାଜ୍ୟ ରାଜପଥ କଡ଼ରେ ଥିବା ତାଲବ ଗ୍ରାମ ନିକଟରେ !  

ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଆଖିରେ ରଖି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ କଡା ନିର୍ଦେଶ ଦେଇଛନ୍ତି ଯେ ଦିନ ଏଗାର ଘଟିକା ରୁ ଅପରାହ୍ନ ତିନି ଘଟିକା ପର୍ଯ୍ୟନ୍ତ  ସରକାରୀ ଓ ବେସରକାରୀ ସ୍ତର ରେ କେହି ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରି ପରିବେନାହିଁ ! କିନ୍ତୁ ଠିକାଦାର ମାନେ ଶ୍ରମିକଙ୍କୁ ଉଚିତ ପ୍ରାପ୍ୟ ( ସର୍ବନିମ୍ନ 462ଟଙ୍କା ) ନ ଦେଇ ପ୍ରବଳ ଖରାରେ ନିୟୋଜିତ କରୁଛନ୍ତି ! 

ଏହା ଛଡା ରାଜ୍ୟ ଶ୍ରମବିଭାଗ ଙ୍କ କଡା ନିର୍ଦେଶ ରହିଅଛି ଯେ, କାର୍ଯ୍ୟସ୍ଥଳ ରେ ORS ଓ ପାନୀୟ ଜଳ ସହିତ ଆସୁ ଚିକିତ୍ସା ( FAST AID) ର ମଧ୍ୟ ବ୍ୟବସ୍ଥା ରହିବା ଜରୁରୀ ! କିନ୍ତୁ ଠିକାଦାର ମାନେ  ଶ୍ରମିକ ମାନଙ୍କ ସରଳତା ର ସୁଯୋଗ ନେଇ, ସେମାନଙ୍କୁ ସେମାନଙ୍କର  ଧାର୍ଯ୍ୟ ମୂଲ୍ୟଠାରୁ କମ ମୂଲ୍ୟରେ ନିୟୋଜିତ କରି  ସେମାନଙ୍କ ରକ୍ତ କୁ ଶୋଷଣ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ! ଏଣୁ ଜିଲ୍ଲା ପ୍ରଶାସନ, ଓ ଜିଲ୍ଲା ଶ୍ରମ ଅଧିକାରୀ ଏହି ଭଳି ଲାଭ ଖୋର ଠିକାଦାର ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଉଚିତ୍ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS