BREAKING
Loading...
:

ବାଙ୍କୀ ଶିମିଳିପୁରରେ ଫ୍ଲଡ଼ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ

 ବାଙ୍କୀ ଶିମିଳିପୁରରେ ଫ୍ଲଡ଼ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ 



  ବାଙ୍କୀ, (ମାନସ ରଞ୍ଜନ ସାହୁ ): ବାଙ୍କୀ -ଡମପଡା ବ୍ଲକ ଶିମିଳିପୁର ଖେଳ ପଡିଆରେ  ଫ୍ଲଡ଼ ଲାଇଟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା . ଏହି ଟୁର୍ନାମେଣ୍ଟ ରେ  ଅଂଚଳ ର ଆଠଟି ଦଳ ଅଂଶଗ୍ରହଣ କରିଥିଲେ. ଡମପଡା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ଅଜୟ କୁମାର ରାଉତ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ. ସମସ୍ତ ଲିଗ ମ୍ୟାଚ ଖୁବ ଚିତାକର୍ଷକ ହୋଇଥିଲା.କ୍ରୀଡା ଭିତରେ ଫ୍ଲଡ଼ କ୍ରିକେଟ ମ୍ୟାଚ ର ମଜା ନିଆରା.ଫାଇନାଲ ମ୍ୟାଚ ଦର୍ଶକ ଙ୍କ ଉତ୍କଣ୍ଠା ବଢ଼ାଇଦେଇଥିଲା. ଫାଇନାଲ ମ୍ୟାଚ ଶିମିଳିପୁର ଓ ପାଟପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା. ପ୍ରଥମେ ବ୍ୟାଟିଂ କରି ଶିମିଳିପୁର ଦଳ ୪୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା. ଜବାବରେ  ପାଟପୁର ଦଳ ୩ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା ବିଜୟୀ ଦଳକୁ ନଗଦ ୩ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ ଏବଂ ରନର୍ସ ଅଫ ଦଳ କୁ ନଗଦ ୨୨ଶହ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା. ବେଷ୍ଟ ବ୍ୟାଟ୍ସ ମ୍ୟାନ  ଖେଳାଳିଙ୍କୁ ଅରେଞ୍ଜ କ୍ୟାପ ପ୍ରଦାନ କରାଯାଇଥିଲା.ଶିବାନୀ ନାୟକ ଓ ଅବିନାଶ ସ୍ୱାଇଁ ସୁଚାରୁରୂପେ ମ୍ୟାଚ ପରିଚାଳନା କରିଥିଲେ. ଜ୍ଞାନରଞ୍ଜନ ନାୟକ ଧାରାବିବରଣୀ ପ୍ରଦାନ କରିଥିଲେ. ସଂଜୀବ ନାୟକ, ଅଭିଜିତ ମହାନ୍ତି,ଶୁଭମ ନାୟକ, ସିଦ୍ଧାର୍ଥ ସ୍ୱରୂପ ସ୍ୱାଇଁ, ସୁଜ୍ଞାନ ନାୟକ, ଅଭିରାମ ସ୍ୱାଇଁ, ପ୍ରଭାକର ନାୟକ, ପ୍ରସାଦ ନାୟକ, ଲିଟୁନ ରାଉତ, ଅନିଲ ସ୍ୱାଇଁ ଗୁରୁପ୍ରସାଦ ରାଉତ. ଅଜିତ ନାୟକ, ଅଶାନ୍ତ ନାୟକ, ସମୀର କୁମାର ନାୟକ ଓ ଶିମିଳିପୁର ର ସମସ୍ତ କ୍ରୀଡ଼ାପ୍ରେମୀ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ. ସମସ୍ତ କାର୍ଯ୍ୟକ୍ରମ କ୍ଲବ ର ବରିଷ୍ଠ ସଦସ୍ୟ ପ୍ରବୀଣ କୁମାର ସ୍ୱାଇଁ ଙ୍କ ପରିଚାଳନା ରେ ହୋଇଥିଲା.

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS