ନୟାଗଡ ଜିଲ୍ଲାର ସମସ୍ତ ବିଦ୍ୟାଳୟ ସମୟରେ ପରିବର୍ତ୍ତନ କଲେ ଜିଲ୍ଲାପାଳ
ନୟାଗଡ (ମଣିଭଦ୍ରା ଖବର) ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏସଆରସି ବିଦ୍ୟାଳୟ ଛୁଟି କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରିଛନ୍ତି । ଏପରିକି ରାଜ୍ୟରେ ୯ଟି ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି । ତେବେ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ମଧୁମିତା ରଥ ବିଦ୍ୟାଳୟ ଗୁଡିକ ଖୋଲିବା ସମୟରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ସକାଳ ୬.୩୦ ମିନିଟ ଠାରୁ ୧୦.୩୦ ମିନିଟ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହୁଥିବା ବେଳେ ଆସନ୍ତା କାଲି ତା ୨୦/୦୪/୨୬ ରିଖ ଠାରୁ ବିଦ୍ୟାଳୟ ସକାଳ ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ସମସ୍ତ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ଯମରେ ଜଣାଇ ଦିଆଯାଇଛି । ତେବେ ଖରାର ପ୍ରକୋପ ଅଧିକ ଥିବାରୁ ବିଦ୍ୟାଳୟ ଛୁଟି ଘୋଷଣା କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।
ମଣିଭଦ୍ରା ଖବର,ନୟାଗଡ


Post a Comment