ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ –: / ସରକାର ଗରିବ ପରିବାର ପାଇଁ ମାଳ ମାଳ ଯୋଜନା କରୁଥିବାବେଳେ ଫଗନୁ ମାଝୀ ର ପରିବାର କୁ ଘରଖଣ୍ଡେ ସାତ ସପନ ହୋଇଯାଇଛି l ଏଇ ଘଟଣା ଘଟିଛି ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲଳ ଖଇରା ଗ୍ରାମର ଡ଼ୁମେର ପଡ଼ା ର ଅବହେଳିତ ଆଦିବାସୀ ପରିବାର ରେ l ଛଅ ପରିବାର ଯଥା ସ୍ତ୍ରୀ ଭାନୁମତି ମାଝୀ, ମାଳତୀ ମାଝୀ, ପୁଅ ଯୋଗେନ୍ଦ୍ର, ଲଷ୍ମୀ ଚରଣ ଓ ଝିଅ ରାମବତୀ ବହୁକଷ୍ଟରେ ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତିl ତାଙ୍କୁ ଦୁଇବର୍ଷ ହେବ ଏକ ଗାଇଗୁହାଳ ଓ ରିଙ୍ଗ କୂପ ଟିଏ ମିଳିଲା, ହେଲେ ସେମାନେ ସରପଞ୍ଚ, ବିଡ଼ିଓ ଙ୍କର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଘର ଖଣ୍ଡେ ପାଇଁ ସରକାରୀ ସହାୟତା ମିଳୁନି,ସେମାନେ ଶେଷ ରେ ଗଣମାଧ୍ୟମ ମାଧ୍ୟମ ରେ ନିଜ ଦୁଃଖ ବ୍ୟକ୍ତ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉପରୋକ୍ତ ଆଦିବାସୀ ପରିବାର ପ୍ରତି ଜିଲ୍ଲା ପ୍ରଶାସନ ସମବେଦନା ପ୍ରକଟ କରି ତୁରନ୍ତ ଏକ ଆବାସ ଘର ଯୋଗାଇ ଦେବାକୁ ସାଧାରଣ ରେ ଦୃଢ଼ ଦାବୀ ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment