BREAKING
Loading...
:

କୋଶଳ ରାଜ୍ୟ ଗଠନ ଦାବି ରେ ଉତ୍କଳ ଦିବସ କୁ କଳା ଦିବସ ଭାବେ ପାଳନ।

 କୋଶଳ ରାଜ୍ୟ ଗଠନ ଦାବି ରେ ଉତ୍କଳ ଦିବସ କୁ କଳା ଦିବସ ଭାବେ ପାଳନ।





ବଲାଙ୍ଗୀର, -: ସାରା ରାଜ୍ୟ ରେ ଉତ୍କଳ ଦିବସ ପାଳନ କରୁଥିବା ବେଳେ କୋଶଳ ରାଜ୍ୟ ଆବାହକ ପ୍ରମୋଦ ମିଶ୍ର ଙ୍କ ନେତୃତ୍ୱ ରେ କଳା ଦିବସ ଦିନ ତମାମ ପାଳନ କରାଯାଇଛି । ପଶ୍ଚିମ ଓଡ଼ିଶା କୁ ସର୍ବଦା ଅବହେଳା ଯୋଗୁଁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସମସ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ଜାଣି, ଶୁଣି ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି। ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବିରେ ପଶ୍ଚିମ ଓଡ଼ିଶାର କେନ୍ଦ୍ର ବିନ୍ଦୁ ବଲାଙ୍ଗୀର ଜିଲ୍ଲା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଟ ଖରା ରେ ଦିନ ତମାମ ଧାରଣା ଦେଇଥିଲେ। କୋଶଳ ରାଜ୍ୟ ଆମର ଦାବୀ ନାରା ମାନ ଦେଇ ବହୁ ସଂଖ୍ୟା ରେ କୋଶଳ ପ୍ରେମୀ ଯୋଗ ଦେଇ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟାଉନ୍ ଥାନା ଅଧିକାରୀ ଅବନୀ ସାହୁ ଙ୍କ ନେତୃତ୍ୱ ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଥିଲା । ଆଗମୀ ଦିନରେ ଏହି ଦାବି ନେଇ ତୀବ୍ର ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS