ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଳକ୍ ସଦର ମହକୁମା ରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ। ମୁଖ୍ୟ ରାସ୍ତା ରେ ବସ ଛିଡା ହେଉଛି। ଏକ ବ୍ୟସ୍ତ ବହୁଳ ବ୍ଲକ ସଦର ମହକୁମା । ପ୍ରତିଦିନ ପାତାଳ ଗଙ୍ଗା ତୀର୍ଥ,ସିନାପାଲି ଦେଇ କଳାହାଣ୍ଡି ଓ ଛତିଶଗଡ଼ ରାଜ୍ୟ ଦେଭୋଗ, ନବରଙ୍ଗପୁର ଓ ଖଡ଼ିଆଳ, ନୂଆପଡା ସମେତ ଛାତିଶଗଡ଼ ରାଜସ୍ଥାନୀ ରାୟପୁର କୁ ସଂଯୋଗ କରୁଛି l ହେଲେ ବୋଡେ଼ନ ବସ ଷ୍ଟାଣ୍ଡ ରେ ଦିନକୁ ହଜାର ହଜାର ସଂଖ୍ୟରେ ପର୍ଯ୍ୟଟକ ଓ ଯାତ୍ରୀମାନେ, ସ୍କୁଲ କଲେଜ ର ଛାତ୍ରଛାତ୍ରୀଗଣ ବସ ରେ ଯାତାୟାତ କରି ଅପେକ୍ଷା କରିଥାନ୍ତି । ହେଲେ ପୁରୁଷ ମାନେ ଇଆଡ଼େ ସେଆଡେ଼ ପରିଶ୍ରା କରି କାମ ଚଳାଉ ଛନ୍ତି କିନ୍ତୁ ମହିଳା ଯାତ୍ରୀମାନେ ପାଖରେ ପରିଶ୍ରାଗାର ନଥିବା ରୁ ନାକେ ଦମ ହୋଇ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏଣୁ ଜିଲ୍ଲା ପ୍ରଶାସନ ଉପରୋକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଶୀଘ୍ର ଏକ ମହିଳା ଓ ପୁରୁଷ ପରିସ୍ରା ଗାର ନିର୍ମଣ ନିମନ୍ତେ ସାଧାରଣରେ ଦୃଢ଼ ଦାବୀ ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment