ବିଶ୍ୱ ଘର ଚଟିଆ ଦିବସ ପାଳିତ :-
ମାର୍ଚ୍ଚ ମାସ କୋଡିଏ ତାରିଖ ବିଶ୍ୱ ଘର ଚଟିଆ ଦିବସ ଭାବେ ପାଳନ କରାଯାଉଛି l ଘର ଚଟିଆ ବଂଶ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ବର୍ଷ ବ୍ୟାପି ଅହରହ ଉଦ୍ୟମ ଚଳାଇଛନ୍ତି l ଗଞ୍ଜାମ ଜିଲ୍ଲା ଗୁଣ୍ଠବନ୍ଧ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ଦୀର୍ଘ ତେର ବର୍ଷ ଧରି ଘର ଚଟିଆ ସୁରକ୍ଷା ପାଇଁ ଗଞ୍ଜାମ, ଗଜପତି ଓ ଜଗତସିଂହପୁର ଜିଲ୍ଲର ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟକ୍ରମ କରିଆସୁଛି, ସଂରକ୍ଷଣ ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ଘଟିଛି l
ବିଶ୍ୱ ଘର ଚଟିଆ ଦିବସ ଉପଲକ୍ଷେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ କୁକୁଡାଖଣ୍ଡି ବ୍ଲକ ଲାଞ୍ଜିଆ ଗ୍ରାମରେ ବିଶ୍ବ ଘର ଚଟିଆ ଦିବସ ସଭାପତି ସାଗର କୁମାର ପାତ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଲୋକଙ୍କୁ ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ଓ ଆବଶକ୍ୟତା ବିଷୟରେ ଲୋକଙ୍କୁ ବୁଝାଯାଇଛି l ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତି ରେ ଗ୍ରାମବାସୀ ମାନଙ୍କୁ କୃତିମ ବାସ, ଖାଦ୍ୟ ସ୍ଥଳୀ ଓ ପକ୍ଷୀ ପଶୁ ଙ୍କ ତୃଷ୍ଣା ନିବାରଣ ନିମନ୍ତେ ପାଣି ପାତ୍ର ବଣ୍ଟନ କରାଯିବା ସଙ୍ଗେ ସଙ୍ଗେ ଲୋକଙ୍କ ଦୁଆର ମୁହଁରେ କୃତିମ ବସା ସ୍ଥାପନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବିଜେନ୍ଦ୍ର ମାଝୀ, କୋଷାଧକ୍ଷ ଧର୍ମରାଜ ପାତ୍ର,ନଳିନୀ କାନ୍ତ ପରିଡା, ଶ୍ରୀକାନ୍ତ ମହାନ୍ତି, ବନମାଳୀ ପ୍ରଧାନ, ଅରବିନ୍ଦ ଦେଶିବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment