*ବାଲିମେଳା ଟାଉନ ହଲ ସମ୍ମୁଖ ମୂଖ୍ୟ ରାସ୍ତାର ଉଭୟ ପାର୍ଶ୍ୱ ମରଣଯାନ୍ତା*
କଂକ୍ରିଟ ଉଠି ହୋଇଛି ବଡ ବଡ ଗର୍ତ୍ତ
ନୀରବଦ୍ରଷ୍ଟା ସାଜିଛନ୍ତି ବିଭାଗୀୟ କତୃପକ୍ଷ
ବାଲିମେଳା -/
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଗୋପବନ୍ଧୁ ଛକ ଠାରୁ ମନ୍ତ୍ରୀ ଛକ ପର୍ଯ୍ୟନ୍ତ ତଥା କଲ୍ୟାଣମଣ୍ଡପ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱ ଦବିବା ସହ ବିଭିନ୍ନ ସ୍ଥାନରେ କଂକ୍ରିଟ ବାହାରି ଅଁ। କରିବା ସହିତ ଶତାଧିକ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି।ବାଲିମେଳା ସହରର ଏହି ମୂଖ୍ୟ ରାସ୍ତା ଦେଇ ବିପଦ ସଂକୁଳ ଅବସ୍ଥାରେ ପ୍ରତିଦିନ ଲୋକଙ୍କ ସହ ବିଭିନ୍ନ ଅଞ୍ଚଳକୁ ଯାଉଥିବା ଯାତ୍ରୀବାହୀ ବସ, ଟ୍ରକ ଓଡ଼ିଆ ଅନ୍ୟାନ୍ୟ ଯାନବାହନ ବିପଦ ଜନକ ଭାବେ ଯାତାୟତ କରୁଛନ୍ତି।ଏହି ଏକ ମାତ୍ର ମୂଖ୍ୟ ରାସ୍ତା ଉପରେ ଲୋକେ ନିର୍ଭର କରୁଛନ୍ତି।ଏହା ସହରର ମୂଖ୍ୟ ରାସ୍ତା ହୋଇଥିବା ବେଳେ ଏବେ ବିଭିନ୍ନ ସମୟରେ ଏଠାରେ ଛୋଟ ବଡ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ହେଉଛି। ବାଲିମେଳା ସହରବାସୀଙ୍କ ସମେତ ପ୍ରତିଦିନ ଆଖ ପାଖ ବିଭିନ୍ନ ପଞ୍ଚାୟତର ଲୋକେ ବିଭିନ୍ନ କାର୍ଯ୍ୟ ନେଇ ବାଲିମେଳାକୁ ଯିବା ଆସିବା କରିଥାନ୍ତି। କେହି ଯଦି ଜାଣି
ନ ପାରି ବଡ ଗାଡି କିମ୍ବା ଲୋଡ଼ ଗାଡି ରାସ୍ତା ପାର୍ଶ୍ୱରେ ରଖିବାକୁ ଉଦ୍ୟମ କରିବେ ତେବେ କେଉଁ ମୁହୂର୍ତ୍ତରେ ବଡ଼ ଧରଣର ଦୁର୍ଘଟଣା ଘଟିବ ଏହାକୁ ଏଡାଇ ଦିଆଯାଇ ନ
ପାରେ ବୋଲି କେତେଜଣ ଅଞ୍ଚଳବାସୀ କହିଛନ୍ତି।ଏହି ରାସ୍ତାର ମରାମତି କାର୍ଯ୍ୟ କରିବା ନିମନ୍ତେ ବାଲିମେଳା ସହରର ଜନ ପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ସହରବାସୀଙ୍କ ପକ୍ଷରୁ ବହୁବାର ବିଭାଗୀୟ କତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ବି ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି।ଏ ନେଇ ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ ମହାଦେବ କୁମ୍ଭାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏଠାରେ ଭାଙ୍ଗି ଥିବା ଡ୍ରେନକୁ କିଛି ଦିନ ପୂର୍ବେ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱ ରାସ୍ତାର ନିର୍ମାଣ କାର୍ଯ୍ୟ କରିବା ପାଇଁ ଆମ ବିଭାଗ ପକ୍ଷରୁ କାମ କରାଯିବ ନାହଁ। ବିଭାଗ ପକ୍ଷରୁ ବାଲିମେଳା ଏନଏସିକୁ ଏହି କାମ କରିବା ପାଇଁ ହସ୍ତାନ୍ତର କରାଯିବା ସହ ଚିଠି ମଧ୍ୟ ପ୍ରଦାନ କରାଯାଇଛି ବୋଲି ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ କୁମ୍ଭାର କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment