କୁଶପଲ୍ଲାରୁ ୨ ଗାଈ ଚୋରଙ୍କୁ ଗିରଫ କଲା ବୈଦ୍ୟେଶ୍ୱର ପୁଲିସ
ବାଙ୍କୀ (ମାନସ କୁମାର ସାହୁ) ବାଙ୍କୀ ଉପଖଣ୍ଡ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଖଜୁରୀପଦା ଚାରିଛକ ଦେଇ ବେଗୁନିଆ ଥାନା କୁଶପଲ୍ଲା କଂସେଇ ଖାନାକୁ ଚୋରୀ ଗାଈ ଚାଲାଣ କରୁଥିବା ପିକଅପ ଗାଡିକୁ ଜବତ କରିବା ସହିତ ଡ୍ରାଇଭର ଆଜାଦ ଖାନ କୁ ଗିରଫ କରି ବାଙ୍କୀ କୋର୍ଟ ପଠାଇଥିଲା ବୈଦ୍ୟେଶ୍ୱର ପୁଲିସ l ଗାଡ଼ି ଡାଲାରେ 6ଟି ଗୋରୁ ଙ୍କୁ ଅତି ଅମାନୁଷିକ ଭାବେ ଭର୍ତି କରି ଚୋରୀ ଗାଇଙ୍କୁ ଚାଲାଣ କରୁଥିବା କୁଶପଲ୍ଲା ଗ୍ରାମର ମାଗୁଣି ସେଠୀଙ୍କ ପୁଅ ପିଣ୍ଟୁ ସେଠୀ ଆଲିଆନ୍ସ ମାନସ ସେଠୀ, ଧନିଆ ଜେନା ଙ୍କ ପୁଅ ଶଙ୍କର ନାୟକ ଓରଫ ସନ୍ତୋଷ ଜେନା ଗାଡ଼ିରୁ ଡେଇଁ ପଳାଇଥିଲେ .ଆଜି ସନ୍ଧ୍ୟାରେ ଫେରାର ଦୁଇ ଯୁବକଙ୍କୁ ନିଜ ଗ୍ରାମ କୁଶପଲ୍ଲାରୁ ଗିରଫ କରି ବୈଦ୍ୟେଶ୍ୱର ଥାନାକୁ ଆଣି ବାଙ୍କୀ କୋର୍ଟ ଚାଲାଣ କରାଯାଇଛି. ବୈଦ୍ୟେଶ୍ୱର ଥାନା ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତିଙ୍କ ତତ୍ତ୍ୱବଧାନରେ ତଦନ୍ତକାରୀ ଅଫିସର ପ୍ରଭାକର ନାୟକ ଙ୍କ ସହିତ ଟିମ ବେଗୁନିଆ ଥାନା ଅନ୍ତର୍ଗତ କୁଶପଲ୍ଲା ଗ୍ରାମରୁ ଗିରଫ କରିଥିଲେ.
ମଣିଭଦ୍ରା ଖବର, ବାଙ୍କୀ


إرسال تعليق