BREAKING
Loading...
:

ଗଣିଆରେ ପାସ୍ ହାର ୯୭ ପ୍ରତିଶତ,ବର୍ଷାରାଣୀ ଜେନା ବ୍ଳକ ଟପ୍ପର

 ଗଣିଆରେ ପାସ୍ ହାର ୯୭ ପ୍ରତିଶତ,ବର୍ଷାରାଣୀ ଜେନା ବ୍ଳକ ଟପ୍ପର



ଗଣିଆ (ମଣିଭଦ୍ରା ଖବର) ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳରେ ଗଣିଆ ବ୍ଳକର ପାସ୍ ହାର ୯୭ ପ୍ରତିଶତ ହୋଇଥିବା ଜଣାପଡିଛି । ବ୍ଳକର ୪୩୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୨୧ ଜଣ ପାସ୍ କରିଛନ୍ତି ଏବଂ ୧୩ ଜଣ ଫେଲ୍ ହୋଇଛନ୍ତି । ସେଥିମଧ୍ୟରୁ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ୧୫୧ ଜଣ ପାସ୍ କରିଥିବା ବେଳେ ୩ ଜଣ ଫେଲ ହୋଇଛନ୍ତି ,ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟରେ  ୫୦ ଜଣ ପାସ୍ କରିଥିବା ବେଳେ ଜଣେ ଫେଲ୍ ହୋଇଛନ୍ତି, ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋର ପ୍ରସାଦରେ ସମସ୍ତ ୪୧ ଜଣ ପାସ୍ କରିଛନ୍ତି,ରାଜିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦ ଜଣ ପାସ୍ କରିଥିବା ବେଳେ ଜଣେ ଫେଲ୍ ହୋଇଛନ୍ତି, ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟରେ ୪୬ ଜଣ ପାସ୍ କରିଥିବା ବେଳେ ଜଣେ ଫେଲ୍ ହୋଇଛନ୍ତି, ଛାମୁଣ୍ଡିଆ ଗୁପ୍ତେଶ୍ୱର ବିଦ୍ୟାପୀଠରେ ୪୩ ଜଣ ପାସ୍ କରିଥିବା ବେଳେ ଜଣେ ଫେଲ୍ ହୋଇଛନ୍ତି,ବଡସିଲିଙ୍ଗାରେ ୨୦ ଜଣ କରିଥିବା ବେଳେ ୨ ଜଣ ଫେଲ୍ ହୋଇଛନ୍ତି, ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟାରେ ୨୯ ଜଣ ପାସ୍ କରିଥିବା ବେଳେ ୪ ଜଣ ଫେଲ୍ ହୋଇଛନ୍ତି । ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟାରେ ଏ-୧ରେ ଜଣେ,ଏ-୨ରେ ଜଣେ ପାସ୍ କରିଥିବା ବେଳେ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ଏ-୨ରେ ୪ ଜଣ, କିଶୋର ପ୍ରସାଦରେ ଏ-୨ରେ ୨ ଜଣ,ରାସଙ୍ଗରେ ଏ-୨ରେ ଜଣେ ଲେଖାଏଁ ପାସ୍ କରିଛନ୍ତି । ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋର ପ୍ରସାଦ ଏବଂ ନାରାୟଣ ପ୍ରସାଦ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ଲାଭ କରିଛନ୍ତି । ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟାର ବର୍ଷାରାଣୀ ଜେନା ସର୍ବାଧିକ ୫୪୦ ନମ୍ବର ରଖି ବ୍ଳକ ଟପ୍ପର ଭାବେ ସଫଳତା ଅର୍ଜନ କରିଛନ୍ତି । ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା ବର୍ଷାରାଣୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ସଫଳତାର ଶ୍ରେୟ ସେ ତାଙ୍କ ପିତାମାତା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଦାନ କରିଛନ୍ତି । ପଦ୍ମନାଭ ଉଚ୍ଚ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ପ୍ରଧାନଶିକ୍ଷକ ଅରବିନ୍ଦ ମହାଳିକ , ପରିଚାଳନା କମିଟିର ସଭାପତି ଚନ୍ଦ୍ରଶେଖର ସାହୁ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଭିନନ୍ଦନ ଜଣାଇଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS