ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ(SUP- free) ନୂଆପଡା ଲକ୍ଷ୍ୟରେ ବିଶାଳ ସଫେଇ ଅଭିଯାନ l କାର୍ଯ୍ୟକାରୀ ହେଲା
"ଗାଁ ପରିମଳ ଗାଁ ମୁଣ୍ଡରୁ" l
ନୂଆପଡା,
“ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଅଭିଯାନ” ଲକ୍ଷ୍ୟରେ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ “ଗାଁ ପରିମଳ ଗାଁ ମୁଣ୍ଡରୁ” ଥିମ୍ରେ ସମଗ୍ର ଜିଲ୍ଲା ଯୋଡ଼ି ହୋଇ ଏକ ବ୍ୟାପକ ମେଗା ସଫେଇ ଅଭିଯାନ ଆୟୋଜିତ ହୋଇଥିଲା।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତ, ବ୍ଲକ ପ୍ରଶାସନ, ଏନ୍ ଏ ସି, ସ୍ୱଚ୍ଛତା ଦଳ, ପରିମଳ କର୍ମୀ, ଯୁବ କ୍ଲବ ଓ ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ଆୟୋଜିତ ଏହି ଅଭିଯାନରେ ସରକାରୀ ଅଧିକାରୀ, ଜନ ପ୍ରତିନିଧି , ପଞ୍ଚାୟତ ପ୍ରତିନିଧି, ସ୍କୁଲ ଛାତ୍ରଛାତ୍ରୀ, ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଓ ସାଧାରଣ ନାଗରିକମାନଙ୍କର ବ୍ୟାପକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।ଜିଲ୍ଲାର ସମସ୍ତ ପଞ୍ଚାୟତ ସହିତ ତିନି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମଧ୍ୟ ଏହି ସଫେଇ ଅଭିଯାନ ଚାଲିଥିଲା l ଏଠାରେ ଥିମ୍ ଥିଲା "ୱାର୍ଡ଼ ପରିମଳ ୱାର୍ଡ ମୁଣ୍ଡରୁ " l
ଅଭିଯାନ ସମୟରେ ଜିଲ୍ଲାର ପ୍ରାୟ ୨୦୦୦ ଆବର୍ଜନା ପ୍ରବଣ ସ୍ଥାନ (GVP)ସଫା କରାଯାଇଥିବାବେଳେ ୨୫ ଟନ୍ରୁ ଅଧିକ ପ୍ଲାଷ୍ଟିକ ଅଳିଆ ସଂଗ୍ରହ କରାଯାଇ ପୁନଃଚକ୍ରୀକରଣ ପାଇଁ ପଠାଯାଇଥିଲା। ଏହାସହ ୧୦୦୦ ରୁ ଅଧିକ ସ୍କୁଲ ଓ ୧୪୦୦ ରୁ ଅଧିକ ଅଙ୍ଗନୱାଡି କେନ୍ଦ୍ରରେ ସଫାସୁତୁରା ଓ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।ସେହିପରି ୩୦୦ ରୁ ଅଧିକ ସରକାରୀ କାର୍ଯ୍ୟାଳୟ ଓ ୩୦ ରୁ ଅଧିକ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ସଫାସୁତୁରା ଅଭିଯାନ ଚାଲିଥିଲା। ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ଏହି ପଦକ୍ଷେପ ମାଧ୍ୟମରେ ସ୍ୱଚ୍ଛତା ପ୍ରତି ସମାଜର ଦାୟିତ୍ୱବୋଧ ବୃଦ୍ଧି ପାଇବା ସହିତ ନୂଆପଡାକୁ ଏକ "ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ(SUP- free) ଜିଲ୍ଲା" ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ପ୍ରଶାସନ ପ୍ରତିବଦ୍ଧ ରହିଛି! ଏହି ସଫଳ ବିଶାଳ ସଫେଇ ଅଭିଯାନ ପାଇଁ ସେ ସମସ୍ତ ଜିଲ୍ଲାବାସୀ ଓ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق