ବରପାଲି ପୋଲିସ୍ର ସଫଳତା; ଦୁଇ ଲୁଟେରା ଗିରଫ
ସମ୍ବଲପୁର/ବରପାଲି:/
ବରପାଲିରେ ଏକ ଲୁଟପାଟ ଘଟଣାରେ ବରପାଲି ପୋଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବରପାଲି ଥାନା ଅନ୍ତର୍ଗତ ଅମ୍ବାପତ୍ରା ଗ୍ରାମର ପିକୁଲ ଭୋଇ ସନ୍ଧ୍ୟା ସମୟରେ କଣ୍ଟାପାଲି କଲେଜରୁ ଫେରୁଥିବା ବେଳେ ଧଉରାଖନ୍ଦା ଛକ ନିକଟରେ ଦୁଇଜଣ ଯୁବକ ଅଟକ ରଖିବା ସହ ଛୁରୀ ଦେଖାଇ ଧମକଚମକ ଦେଇଥିଲେ। ପରେ ବାଦବିବାଦ ହେବା ସହ ଯୁବକ ଦ୍ବୟ ପିକୁଲକୁ ଛୁରୀରେ ଆକ୍ରମଣ କରି ଆହତ କରିଥିଲେ ଏବଂ ପିକୁଲ ପାଖରେ ଥିବା ୧୧୦୦୦ ହଜାର ଟଙ୍କା ଲୁଟିନେଇ ଘଟଣାସ୍ଥଳରୁ ଫେରାର ମାରିଥିଲେ। ପିକୁଲ୍ ଘଟଣା ସମ୍ପର୍କରେ ପୋଲିସ ଥାନାରେ ଅଭିଯୋଗ ଆଣିଥିଲେ। ବରପାଲି ପୋଲିସ ପିକୁଲକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇବା ସହ ତତ୍ପରତାର ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଘଟଣାରେ ସଂପୃକ୍ତ ଯୁବକ ଦ୍ବୟଙ୍କୁ ଗିରଫ କରି ଥାନାକୁ ଆଣି ଖୋଳତାଡ କରିଥିଲା। ପରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି କେସ ନମ୍ବର 123/26 ରେ କୋର୍ଟକୁ ପଠାଇଥିଲେ। ଦୁଇ ଅଭିଯୁକ୍ତଙ୍କ ନିକଟରୁ ୧୧୦୦୦ ଟଙ୍କା, ଗୋଟିଏ ନମ୍ବର ବିହୀନ ସି ଟି ୧୦୦ ବାଇକ୍, ବ୍ୟବହୃତ ଛୁରୀ ଓ ଏକ ମୋବାଇଲ୍ ଫୋନ୍ ଜବତ କରିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment