ଆଦିବାସୀ, ଅଧ୍ୟୁଷିତ ମୁରିବାହାଲ ବ୍ଲକ ଲୋକେ ପାଣି ପାଇଁ ଡହଳ, ବିକଳ,ବିରାଟ ଆନ୍ଦୋଳନ ଚେତାବନୀ।
ବଲାଙ୍ଗୀର/ଟିଟିଲାଗଡ, କୋଟି, କୋଟି ଟଙ୍କା ହଡ଼ପ କରି ଦେଇ ଟିଟିଲାଗଡ ସବ ଡ଼ିଭିଜନ ର ଆଦିବାସୀ ଅଧ୍ୟୁଷିତ ମୁରିବାହାଲ ବ୍ଲକ ଅଞ୍ଚଳ ର ଲୋକ ଙ୍କୁ ପାନୀୟ ଜଳ ପ୍ରକଳ୍ପ ଆଳରେ ପ୍ରତାଡ଼ିତ କରା ଯାଇଛି। ଏ ନେଇ ଏହି ବ୍ଲକ ବାସି କିଭଳି ପାନୀୟ ଜଳ ସମସ୍ୟା ର ଉତ୍କଟ ଅଭାବ ରୁ ରକ୍ଷା ପାଇବେ ସେ ନେଇ ବିଗତ ଦିନରେ ରେ ଏକ ସ୍ବତନ୍ତ୍ର ଗସ୍ତ ରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଏକ ସ୍ବତନ୍ତ୍ର ଗସ୍ତ ରେ ଆସି ଏହି ବ୍ଲକ ର ମିଥ୍ୟା , ବିଲ ଭାଉଚର୍ କରି ବଡ,ବଡ ଓଭର ହେଡ୍ ଟ୍ୟାଙ୍କ କରି ଛାଡ଼ି ଦେଇଥିବା ବେଳେ ୩୦ ତାରିଖ ସୁଦ୍ଧା ସବୁ କାର୍ଯ୍ୟକାରୀ ହେବା ନେଇ ବିଭାଗୀୟ ଯନ୍ତ୍ରୀ ଶ୍ରୀ ଜେନା ଙ୍କୁ ନିର୍ଦ୍ଦେଶ ଦେଇ ଥିଲେ। ଶ୍ରୀ ଜେନା ନିଜ ତରଫ ରୁ କାର୍ଯ୍ୟ ୩୦ ତାରିଖ ସୁଦ୍ଧା ସମ୍ପୂର୍ଣ କରାଯିବ ବୋଲି ଦୃଢ଼ ଭାବରେ ପ୍ରକାଶ କରିଥିଲେ । ହେଲେ ସାଂସଦ ଶ୍ରୀ ବିଶି ଙ୍କ ନିର୍ଦ୍ଦେଶ ପରେ ଏତେ ଦିନ ବିତି ସାରିଥିବା ବେଳେ କୌଣସି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ବ୍ଲକ ଅଞ୍ଚଳ ଲୋକେ ନିୟମିତ ପାନୀୟ ଜଳ ପାଇଁ ମାଇଲ, ମାଇଲ ଦୂର ଯିବା ସହ ଚାନ୍ଦା କରି ଟ୍ୟାଙ୍କର ପାଣି ବ୍ୟବହାର କରୁଛନ୍ତି । ୧୫୦୦/୨୦୦୦ ଟଙ୍କା ଚାନ୍ଦା ଆଦାୟରେ ଏଭଳି ଦୟନୀୟ ସ୍ଥିତି ରେ ଥିବା ବେଳେ ଏହି ବ୍ଲକ ରୁ ଦୁଇ ଥର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଭୁବନେଶ୍ଵର ଯାଇ ମଧ୍ୟ କିଛି ସୁଫଳ ପାଇ ନାହାନ୍ତି । ଏହି ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିବା ସହ ସାଧାରଣ ଏହି ସରକାରୀ ଅଧିକାରୀ ଙ୍କ ଖାମ,ଖିଆଲ ମନୋଭାବ ପୋଷଣ ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି।
ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ବିରାଟ ଗଣ ଆନ୍ଦୋଳନ ଚେତାବନୀ ଦିଆଯିବ ବୋଲି ପ୍ରକାଶ ପାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment