BREAKING
Loading...
:

ମା ମଙ୍ଗଳାଙ୍କ ଜନ୍ମବାର୍ଷିକ ଉତ୍ସବ ପାଳିତ

 ମା ମଙ୍ଗଳାଙ୍କ ଜନ୍ମବାର୍ଷିକ ଉତ୍ସବ ପାଳିତ 




ଗଣିଆ ୦୫/୦୩(ସମିସ ) ଗଣିଆ ତଳବଜାର ପରିସରରେ ଥିବା ମା ମଙ୍ଗଳାଙ୍କ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଦିବା ୧୧ ଘଟିକା ସମୟରେ ଠାକୁରାଣୀଙ୍କ ପୂଜାର୍ଚ୍ଚନା,ପୂଷ୍ପାଞ୍ଜଳୀ, ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା'ଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଦିନ ତମାମ ଏଠାରେ ଗହଳି ଚହଳି ଲାଗି ରହିଥିଲା  । ପ୍ରାୟ ୨୦୦୦ରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ । ସନ୍ଧ୍ୟା ସମୟରେ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । କମିଟିର କୁଳମଣି ସାହୁ,ଅଜୟ କୁମାର ଲେଙ୍କା, ଦାଶରଥି ସାହୁ, ପ୍ରଦୀପ୍ତ କୁମାର ମହାପାତ୍ର, ଚିତ୍ତରଞ୍ଜନ ସାହୁ, ସନ୍ତୋଷ କୁମାର ଲେଙ୍କାଙ୍କ ସମେତ ସମସ୍ତ ବ୍ୟବସାୟୀ ସହଯୋଗ କରିଥିଲେ । ତଳବଜାର ବ୍ୟବସାୟୀ କମିଟି ତରଫରୁ ଦୀର୍ଘ ବର୍ଷ ଧରି ଏହି ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଆସୁଅଛି ।


ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS