BREAKING
Loading...
:

ପୁଣି ଚମକିଲେ ସଞ୍ଜୁ, ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତ

 ପୁଣି ଚମକିଲେ ସଞ୍ଜୁ, ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତ


ବ୍ୟୁରୋ (ମଣିଭଦ୍ରା ଖବର) ମୁମ୍ବାଇ ଠାରେ ଚାଲିଥିବା ପୁରୁଷ ଟି-ଟ୍ବେଣ୍ଟି ବିଶ୍ଵକପର ଦ୍ବିତୀୟ ସେମିଫାଇନାଲରେ ଟସ୍ ଜିତି ପ୍ରଥମେ ଫିଲଡି° ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ବିଶାଳ ୨୫୩ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ସଞ୍ଜୁ ସାମସନ ୮୯ ରନ୍,ଇଶାନ କିଶାନ ୩୯ ରନ୍,ଶିବମ୍ ଦୁବେ ୪୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ଇଂଲଣ୍ଡ ୨୦ ଓଭରରେ ୭ ଉଇକେଟ ହରାଇ ୨୪୬ ରନ୍ ସଂଗ୍ରହ କରି ମ୍ୟାଚଟିକୁ ହାରି ଯାଇଥିଲା ‌ । ଶେଷ ଓଭରରେ ଇଂଲଣ୍ଡକୁ ୩୦ ରନ୍ ଆବଶ୍ୟକ ଥିଲା । ଫଳରେ ଭାରତ ଦ୍ବିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିସାରିଛି । ଆସନ୍ତା ୮ ତାରିଖ ରବିବାର ଦିନ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଭାରତୀୟ ପ୍ରଶଂସକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସାରା ଭାରତରେ ବାଜା ବାଣ ଫୁଟାଇ ଖୁସି ମନାଇଛନ୍ତି । 

ମଣିଭଦ୍ରା ଖବର, ବ୍ୟୁରୋ 

Post a Comment

Previous Post Next Post
Header ADS