ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚ୍.ପି.ଭି ଟିକାକରଣର ଶୁଭାରମ୍ଭ
ଗଣିଆ ୦୫/୦୩(ମଣିଭଦ୍ରା ଖବର) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏଚ୍.ପି.ଭି ଟିକାକରଣର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ ଆନୁଷ୍ଠାନିକ ଭାବେ ଏହି ଟିକାକରଣର ଶୁଭାରମ୍ଭ କରିଛନ୍ତି । ସରକାରଙ୍କ ତରଫରୁ ଜରାୟୁ ଗ୍ରୀବା କର୍କଟ ସୁରକ୍ଷା ପାଇଁ ଏହି ଟିକାକରଣ ବ୍ୟବସ୍ଥା କରାଯାଇଛି । ୧୪ ବର୍ଷ ବୟସର ବାଳିକା ମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । ଆଜିଠାରୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି ।
ତେବେ ପ୍ରଥମ ଦିନରେ ୫୦ ଜଣଙ୍କୁ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜନ ସମ୍ପ୍ରସାରଣ ଅଧିକାରିଣୀ କମଳା ମହାରଣାଙ୍କ ସମେତ ଆଶା, ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ



Post a Comment