BREAKING
Loading...
:

ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ,ଆୟୋଜିତ ପ୍ରେସ ମିଟ ରେ ସୁଚନା ।

 ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ,ଆୟୋଜିତ ପ୍ରେସ ମିଟ ରେ ସୁଚନା ।



ବଲାଙ୍ଗୀର/ଟିଟିଲାଗଡ - ଓଡିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ତଥା ଟିଟିଲାଗଡ ମାଟିର ହୀରା ସ୍ବର୍ଗତ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କଳାକାର ଏକତା ମଞ୍ଚ ଓଡିଶା ତରଫରୁ ରବିବାର ଦିନ ଡିସେମ୍ବର ୭ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ଏକ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯିବ ,ଏ ନେଇ ଶୁକ୍ରବାର ଟିଟିଲାଗଡ ସ୍ଥିତ  ରିଗାଲ୍ ପ୍ଲାଜା ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଟକର ଓଡ଼ିଶା ମ୍ୟୁଜିକ ଆୱାର୍ଡ଼ର ପ୍ରତିଷ୍ଠାତା ସଞ୍ଜୟ ମହାକୁଡ, ବିଜେପି ନେତା ନରସିଂହ ସିଂ, ଆୟୋଜକ ଅନୁଷ୍ଠାନର ନିରୋଜ ପଟ୍ଟନାୟକ, ଗଗନ ବାଗ, କଣ୍ଠଶିଳ୍ପୀ ରୁକୁ ସୁନା, ରାଜେଶ ପ୍ରଧାନ, ବାବୁଲି ଷଡ଼ଙ୍ଗୀ, ବାପି ଡେଭିଡ,ଦୀପକ ବେହେରା ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ସେହି ଦିନ ଓଡିଶାର ସୁପର ହିଟ ଅଭିନେତା ଅନୁଭବ ମହାନ୍ତି, ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଅସିମା ପଣ୍ଡା, ମଣ୍ଟୁ ଛୁରିଆ, ରୁକୁ ସୁନା, ବିଶ୍ବ ମୋହନ କବି, ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଭଜନ ଗାୟକ ଶ୍ରୀ ଚରଣ ମହାନ୍ତି, ଅର୍ଚ୍ଚନା ପାଢ଼ୀ, ଦୀପ୍ତି ରେଖା ପାଢ଼ୀ, ଅଭିଜିତ ମିଶ୍ର,ଅନାମିକା, ସ୍ୱାଗତିକା ଓ ଓଡିଶାର ଅନୁକୋଣରୁ ପ୍ରସିଦ୍ଧ କଳାକାର ମାନେ ଆସି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS