BREAKING
Loading...
:

ଡାକ ପର୍ଶଲ୍ ଗାଡ଼ି ରେ ଗୋ ଚାଲାଣ ବେଳେ ମାଡ଼ି ବସିଲେ ଇଶ୍ୱରପୁର ଫାଣ୍ଡି ଅଧିକାରୀ

 ଡାକ ପର୍ଶଲ୍ ଗାଡ଼ି ରେ ଗୋ ଚାଲାଣ ବେଳେ ମାଡ଼ି ବସିଲେ ଇଶ୍ୱରପୁର ଫାଣ୍ଡି ଅଧିକାରୀ 



ନୀଳଗିରି -  :- 

ଭଦ୍ରକରୁ ୩୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଏକ ଡାକ କଣ୍ଟେନରରେ ନେଇ ପଶ୍ଚିମବଙ୍ଗ କୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର ଛକ ଠାରୁ କଣ୍ଟେନର ଗୋରୁଗାଡି ଜବତ କରିଛନ୍ତି ଇଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ କୁମାର ଭୋଇ। ସୂଚନା ମୁତାବକ ଗତ ରାତ୍ରିରେ ଭଦ୍ରକରୁ ୫୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ରେ ଥିବା ସେରଗଡ଼ ଟୋଲଗେଟ ଫାଙ୍କିବା ପାଇଁ ବଉଳଗଡିଆ ପଞ୍ଚଲିଙ୍ଗେଶ୍ଵର ନୀଳଗିରି (ପି.ଡବ୍ଲ୍ୟୁ.ଡି) ରାସ୍ତାର ସାହାରା ନେଇଥାନ୍ତି ବେଆଇନ୍ ଗୋଚାଲାଣକାରି। ଏହି କ୍ରମରେ କୌଣସି ସୂତ୍ରରୁ ନୀଳଗିରି ଥାନା ଅଧିକାରୀ ଆଇଆଇସି ଗୋବର୍ଦ୍ଧନ ନାୟକ ଖବର ପାଇ  ଇଶ୍ୱରପୁର ଛକ ଠାରେ ଶନିବାର ଭୋର ସମୟରେ ଇଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ କୁମାର ଭୋଇ ଓ ବରେନ୍ଦ୍ର କୁମାର ସିଂ ପ୍ରମୁଖ ସଦଳବଳେ ଜଗିରହିଥିବା ବେଳେ ୩୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ନେଇ ଚାଲଣ ହେଉଥିବା ଆର.ଜେ.୧୪ଜି.ଜେ ୬୭୩୦ କଣ୍ଟେନର ଗାଡିଟିକୁ ଜବତ କରି ନୀଳଗିରି ଥାନାକୁ ଆଣିବା ସହ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ତଦନ୍ତ ଜାରି ରହିଛି। ଏ ନେଇ ଈଶ୍ୱରପୁର ଫାଣ୍ଡି ଅଧିକାରୀ ଓ ନୀଳଗିରି ଆଇ. ଆଇ. ସି ଗୋବର୍ଦ୍ଧନ ନାୟକ ଙ୍କୁ ସାଧୁ ବାଦ ଅର୍ପଣ କରିଛନ୍ତି ଅଞ୍ଚଳ ବାସୀ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS