ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ଜ୍ଞାନୀ ପ୍ରକାଶ ସେନାପତି
ଗଣିଆ (ମଣିଭଦ୍ରା ଖବର) ଗଣିଆ କିଶୋର ପ୍ରସାଦ ଠାରେ ଚାଲିଥିବା କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଅବସରରେ ବୁଧବାର ସମ୍ବର୍ଦ୍ଧିତ ହୋଇଛନ୍ତି ଗଣିଆର ଯୁବ ସାମ୍ବାଦିକ ଜ୍ଞାନୀ ପ୍ରକାଶ ସେନାପତି । ସେ ଦୈନିକ ଖବରକାଗଜ ତୀର୍ଥକ୍ଷେତ୍ର ଗଣିଆ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ମଞ୍ଚରେ ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ଗ୍ରାମ ସଭାପତି ସନାତନ ପୃଷ୍ଟି,ନାଟ୍ୟ ନିର୍ଦ୍ଦେଶକ ଲକ୍ଷ୍ମଣ ବେହେରା,ସହ ନିର୍ଦେଶକ ସିଲୁ ବେହେରା ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଯାତ୍ରା କମିଟିର ସମ୍ପାଦକ ପ୍ରମୋଦ କୁମାର ପୃଷ୍ଟି ସାମ୍ବାଦିକ ଶ୍ରୀ ସେନାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯୁବ ସାମ୍ବାଦିକ ଭାବେ ବେଶ୍ ଜଣାଶୁଣା ଶ୍ରୀ ସେନାପତି ଗଣିଆରେ ଥିବା ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା ଗଣିଆ ପ୍ରେସ କ୍ଳବର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରେସ କ୍ଳବ୍ ସଭାପତି ଦେବୀ ପ୍ରସାଦ ଦାଶ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ


Post a Comment