କାଗଜ କଲମରେ ପାନୀୟ ଜଳ ଯୋଗାଣ ନେଇ ତୀବ୍ର ପ୍ରତିକ୍ରିୟା, ସରକାରୀ ଅଧିକାରୀ ଡେପୁଟି ସି ଏମ ଙ୍କ ନାଁ ନେବା ନେଇ ଆଦିବାସୀ କଲ୍ୟାଣ ମହା ସଂଘ ପକ୍ଷରୁ ଗୁରୁତର ଅଭିଯୋଗ।
ବଲାଙ୍ଗୀର/ଟିଟିଲାଗଡ଼, -: ସରକାର କୋଟି, କୋଟି ଟଙ୍କା ବ୍ୟୟ ଅଟକଳ ରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାନ କାର୍ଯ୍ୟକାରୀ ବ୍ୟବସ୍ଥା କରିଥିବା ବେଳେ ଖୋଲମ୍ ଖୋଲା ବଲାଙ୍ଗୀର ଜିଲ୍ଲା ରେ ଏହାର ଉଲଙ୍ଘନ ସହ ସବୁ ଅର୍ଥ ଆତ୍ମସାତ କରି ଦିଆ ଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ପ୍ରକାଶ ଯେ, ପାନୀୟ ଜଳ ରୁ କେହି ବଞ୍ଚିତ ନ ହେବା ନିମନ୍ତେ କୋଟି, କୋଟି ଟଙ୍କା ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ରେ ବ୍ୟୟ ବରାଦ କରାଯାଇଛି ସିନା ସବୁ ସୂଚନା ଫଳକ ଓ କାଗଜ , ପତ୍ର ରେ ଜାଲିଆତି କରି ଦେଇ ବେଶ ମାଲା, ମାଲ ସାଜିଥିବା ଅଧିକାରୀ ଙ୍କ ସହ ବରିଷ୍ଠ ରାଜନେତା ଙ୍କ ସମ୍ପୃକ୍ତି ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଂଘ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ବିଶେଷ ଦ୍ରଷ୍ଟବ୍ୟ ଯେ, ବଲାଙ୍ଗୀର ଜିଲ୍ଲା ରେ ଓ ବିଶେଷ କରି ଏହି ଜିଲ୍ଲା ର ତତଲାଗଡ ରୂପେ ପରିଚିତ ଟିଟିଲାଗଡ଼ ,ମୁରିବହାଲ, ସଇଁତଳା ବ୍ଲକ ରେ ପାନୀୟ ଜଳ ଟୋପାଏ ପାଇଁ ଲୋକେ ଡହଳ, ବିକଳ ହୋଇ ଚାଲିଛନ୍ତି,ଏପରିକି ଗ୍ରାମବାସୀ ଚାନ୍ଦା କରି ୧୪୦୦/୧୫୦୦ ଟଙ୍କା ଖର୍ଚ୍ଚ କରି ଟ୍ୟାଙ୍କର ଯୋଗେ ପାନୀୟ ଜଳ ବ୍ୟବହାର କରୁଛନ୍ତି । ନାମକୁ ମାତ୍ର ଓଭର ହେଡ ପାଣିଟାଙ୍କି ଓ ସୂଚନା ଫଳକ କରି ଦେଇ ଛାଡି ଦିଆଯାଇଛି । ଏ ନେଇ ବିଭାଗୀୟ ଅଧିକାରୀ କ୍ୟାବିନେଟ୍ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପଶ୍ଚିମ ଓଡ଼ିଶା ର ଓ ସେ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବେ କହି ଦିନ ଗଡ଼େଇ ଚାଲିଥିବା ନେଇ ତୀବ୍ର ଉତ୍ତେଜନା ବୃଦ୍ଧି ପାଉଛି। ସରକାରୀ ଅଧିକାରୀ ହୋଇ ଜଣେ ବରିଷ୍ଟ ମନ୍ତ୍ରୀ ଙ୍କ ଏଥିରେ କଣ ଭୂମିକା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଆଦିବାସୀ କଲ୍ୟାଣ ମହା ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାସ,ମାସ ଧରି ଏହି ଜଳ ଯୋଗାଣ ତଥା ଜିଲ୍ଲା ମୁଖ୍ୟ ଲିଖିତ ପ୍ରତିଶ୍ରୁତି ଦେଇ ସମୟ ଗଡି ଚାଲିଛି ସିନା ସବୁ ପାଣି ରଗାର ହୋଇ ଥିବା ନେଇ ମୁଖ୍ୟମନ୍ତ୍ରୀ ଙ୍କ ମୋ ସରକାର ଙ୍କ ନିକଟ ରେ ଲିଖିତ ଅଭିଯୋଗ ସହ ୧୫ ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କଲେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖ ରେ ଧାରଣା ଦେବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆ ଯିବ ବୋଲି ପ୍ରକାଶ ପାଇଛି ।
ସେହିପରି ସଇଁତଳା ଠାରେ ୨୬ ନମ୍ବର ଜାତୀୟ ରାଜପଥ ଡ଼ିର୍ଘ୍ ସମୟ ଧରି ଗରା, ବାଲଟି ରଖି ରାଜ ରାସ୍ତା ଅବରୋଧ କରାଯାଇଥିଲା । ଏଭଳି ନିୟମିତ ଭାବେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏ ନେଇ ପୁର୍ବରୁ ଲିଖିତ ପ୍ରତିଶ୍ରୁତି ଦେବା ସତ୍ତ୍ୱେ କାର୍ଯ୍ୟରତ ଅଧିକାରୀ ନୀରବ ଦ୍ରଷ୍ଟା ସାଜିଥିବା ସହ ବେଆଇନ ଅର୍ଥ ଆତ୍ମସାତ ସ୍ପଷ୍ଟ ପ୍ରମାଣିତ ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment