BREAKING
Loading...
:

ଇଂଜିନିୟର୍ ସରିତା ଶତପଥୀଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧ୍ୟାଞ୍ଜଳି ସଭା

 ଇଂଜିନିୟର୍ ସରିତା ଶତପଥୀଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧ୍ୟାଞ୍ଜଳି ସଭା 



ବାଙ୍କୀ,(ମାନସ ରଞ୍ଜନ ସାହୁ):ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡା ଗ୍ରାମର ଆଇନଜୀବୀ ଜୟପ୍ରକାଶ ମିଶ୍ରଙ୍କ ଧର୍ମପତ୍ନୀ ସ୍ୱର୍ଗତା ଇଂ.ସରିତା ଶତପଥୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନ ପଥୁରୀପଡାସ୍ଥ ବିଦ୍ୟାନଗର ସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରାମର ମୁରବୀ ତଥା ସମାଜସେବୀ ବିଜୟ କୁମାର ପ୍ରତିହାରୀ ସଭାପତିତ୍ୱ କରିଥିଲେ । ଅତିଥିମାନେ ସ୍ୱର୍ଗତା ଇଂ.ଶତପଥୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।  ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଏହି ସଭାକୁ ସଂଚାଳନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସ୍ଥାନୀୟ ମହାବେରଣା କ୍ଲବର ସଂପାଦକ ସଦାଶିବ ଦାସ ଯୋଗଦାନ କରି ସ୍ୱର୍ଗତା ଇଂ.ଶତପଥୀଙ୍କ ଗୁଣାବଳୀ ବର୍ଣ୍ଣନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦାନ କରି ସ୍ୱର୍ଗତା ଇଂ.ଶତପଥୀ ଜଣେ ସ୍ନେହବତ୍ସଳା ଓ ଦରଦି ମହିଳା ଭାବେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, କବି ରବିନାରାୟଣ ମଙ୍ଗରାଜ, ପୂର୍ବତନ ବାଙ୍କୀ ବ୍ଲକ ଅଧ୍ୟକ୍ଷ କାହ୍ନୁଚରଣ ସିଂହ, ଅଧ୍ୟାପକ ଆଶିଷ କୁମାର ପାଢୀ, ପୂର୍ବତନ ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର, ଯୁବସମାଜସେବୀ ଜ୍ୟୋତିରଞ୍ଜନ ରାଉତ, ପୂର୍ବତନ ପଂଚାୟତ ନିର୍ବାହୀ ଅଧିକାରୀ କୁମର ବେହେରା, ଶିକ୍ଷାବିତ୍ ପିତବାସ ପଟ୍ଟନାୟକ, ଶିକ୍ଷକ ସାଗର ଜେନା, ଜିତେନ୍ଦ୍ର କୁମାର ସାହୁ, ତ୍ରିନାଥ ବେହେରା, ତ୍ରିପତି କୁମାର ମୂଳିଆ, ମାନସ କର, ସୁନୀଲ କୁମାର ମାନ୍ଧତା, ପ୍ରଭାତ ଦାସ, ବୈକୁଣ୍ଠ ନାଥ ମୁଦୁଲି, ଯଦୁମଣି ରଣା ପ୍ରମୁଖ ଯୋଗଦାନ କରି ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ହରେକୃଷ୍ଣ ପ୍ରଧାନ ଓ ସଦାଶିବ ଦାସ ସହଯୋଗ କରିଥିଲେ । ଶେଷରେ ଧରଣୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS