କାର୍ତ୍ତିକେଶ୍ଵର ପୂଜା କମିଟି ପକ୍ଷରୁ ଭଜନସଂନ୍ଧ୍ୟା କାର୍ଯ୍ୟକ୍ରମ
ଖଣ୍ଡପଡ଼ା ୨|୧୧ (ମଣିଭଦ୍ରା ଖବର) ଖଣ୍ଡପଡ଼ା ସହରର ରଥଗଡାଛକ ଠାରେ ୨୦୦୫ ମାଟ୍ରିକ ବ୍ୟାଚ ସହପାଠୀଙ୍କ ପକ୍ଷରୁ ଅନୁଷ୍ଠିତ ପ୍ରଭୁ ଶ୍ରୀକାର୍ତ୍ତିକେଶ୍ଵର ଦେବଙ୍କ ପୂଜା ଅବସରରେ ରବିବାର ସଂନ୍ଧ୍ଯାରେ ଏକ ଭଜନସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ଯ ଅତିଥି ଭାବେ ଶିକ୍ଷାବିତ ଜଗଦୀଶ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଭବାନୀଶଙ୍କର ସିଂହସାମନ୍ତ ଓ ପଣ୍ଡିତ ମନୋଜ କୁମାର ଦାଶ ଯୋଗଦେଇ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ।ଏ ଅବସରରେ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରାଯାଇଥିଲା। ମା ମଙ୍ଗଳା ଭଜନସଂନ୍ଧ୍ଯା ଗ୍ରୁପର ସୁନାମଧନ୍ଯ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରି ଦର୍ଶକମାନଙ୍କ ମନ ଜିଣି ପାରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସହପାଠୀ ଓ ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ।ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଚ ନିକଟରେ ଉପସ୍ଥିତ ରହି ଜନସାଧାରଣ ଭଜନସଂନ୍ଧ୍ଯା କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା


إرسال تعليق