BREAKING
Loading...
:

ଗଣିଆ ରାମ ମନ୍ଦିରରେ ଶେଷ ମଙ୍ଗଳବାର ପାଇଁ ଦୀପଦାନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ

 ଗଣିଆ ରାମ ମନ୍ଦିରରେ ଶେଷ ମଙ୍ଗଳବାର ପାଇଁ ଦୀପଦାନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ 

ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ରାମ ମନ୍ଦିରରେ କାର୍ତ୍ତିକ ମାସର ପ୍ରତ୍ୟେକ ମଙ୍ଗଳବାର ଦୀପଦାନ ଉତ୍ସବ ଅନୁଷ୍ଠିତ ହେଉଅଛି । ଆସନ୍ତା ୪ ତାରିଖ ଶେଷ ମଙ୍ଗଳବାର ଅବସରରେ ଏଠାରେ ଦିନ ତମାମ ବିଭିନ୍ନ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ସଂଧ୍ୟା ସମୟରେ ଦୀପଦାନ ଉତ୍ସବ ଅନୁଷ୍ଠିତ ହେବ । ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ସମୟରେ ପ୍ରଭୁଙ୍କ ପାଖରେ ଉପସ୍ଥିତ ରହି ଦୀପଦାନ କରନ୍ତୁ  । ଏହି ଅବସରରେ ପ୍ରାୟ ୨ ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଛି  । ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରି ପ୍ରଭୁ କୃପା ଲାଭ କରିବାକୁ ମନ୍ଦିର ପରିଚାଳନା କମିଟି ତରଫରୁ ନିବେଦନ କରାଯାଇଛି । ଦୀର୍ଘ ବର୍ଷ ଧରି ଏଠାରେ କାର୍ତ୍ତିକ ମାସର ଶେଷ ମଙ୍ଗଳବାର ଧୁମଧାମରେ ପାଳିତ ହୋଇଆସୁଥିବା ଜଣାପଡିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS