ମହିଳା ବିଶ୍ବକପ କ୍ରିକେଟ, ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିଅନ
ବ୍ୟୁରୋ (ମଣିଭଦ୍ରା ଖବର) ନଭି ମୁମ୍ବାଇ ଷ୍ଟାଡିୟମରେ ମହିଳା ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୯୮ ରନ୍ ସଂଗ୍ରହ କରିଥିଲା । ଶେଫାଳୀ ବର୍ମା ୮୭ ରନ୍ ,ଦୀପ୍ତି ଶର୍ମା ୫୮,ସ୍ମୃତି ମାନ୍ଧାନା ୪୫ ରନ୍ ସଂଗ୍ରହ କରିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ସମସ୍ତ ଉଇକଟ ହରାଇ ଆବଶ୍ୟକୀୟ ରନ୍ କରିନପାରି ମ୍ୟାଚ ହାରି ଯାଇଥିଲା । ଫଳରେ ଭାରତ ପ୍ରଥମ ଥର ପାଈଁ ମହିଳା ବିଶ୍ୱକପରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଭାରତ ଏହା ପୂର୍ବରୁ ୨୦୦୫ ଓ ୨୦୧୭ରେ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପରେ ସନୁଷ୍ଟ ହୋଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଈଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ପରାଜୟ ବରଣ କରିଥିଲା । ଭାରତର ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ମହିଳା ଖେଳାଳି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କ୍ରିକେଟ ପ୍ରେମୀ ।
ମଣିଭଦ୍ରା ଖବର,


إرسال تعليق