BREAKING
Loading...
:

ନୂତନ ମୁଣ୍ଡାରୀ ବିଦ୍ୟାଳୟ ପ୍ରତିଷ୍ଠା"

 "ନୂତନ ମୁଣ୍ଡାରୀ ବିଦ୍ୟାଳୟ ପ୍ରତିଷ୍ଠା"



ଖୁଣ୍ଟା - ଖେଜୁରଡିହା-:: ମୁଣ୍ଡାରୀ ଭାଷାର ସାମାଜିକ ଓ ସାମ୍ବିଧାନିକ ସ୍ବୀକୃତି ହାସଲ ଏବଂ ମୁଣ୍ଡାରୀ ଭାଷାର ସମ୍ମାନର ସୁରକ୍ଷା ଉଦ୍ଦେଶ୍ୟରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ତରଫରୁ ମୁଣ୍ଡାରୀ ଭାଷାଭାଷୀ ଅଧ୍ୟୁଷିତ ଗ୍ରାମରେ ମୁଣ୍ଡାରୀ ରବିବାରିଆ ବିଦ୍ୟାଳୟ ଖୋଲାଯାଉଛି ।  ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାସିପିଠା ଗ୍ରାମପଞ୍ଚାୟତର ଖେଜୁରଡିହା ଠାରେ ଏକ ନୂତନ ମୁଣ୍ଡାରୀ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ଗ୍ରାମବାସୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଣ୍ଡାରୀ ସମ୍ପ୍ରଦାୟର ପାରମ୍ପରିକ ପୂଜକ ବସନ୍ତ କୁମାର ସିଂ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଖୁଣ୍ଟା ବ୍ଲକ ଆବାହକ ରାଙ୍ଗା ସିଂ, ମୁଣ୍ଡାରୀ ବାନି ଶିକ୍ଷକ ଦୀପକ କୁମାର ସିଂ, ସଞ୍ଜୟ କୁମାର ସିଂ, ଲମ୍ବୋଦର ସିଂ, ଶୁକ୍ରା ସିଂ, ବାଉଳା ସିଂ ପ୍ରମୁଖ ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଏକାଦଶୀ ସିଂ ସଭାପତିତ୍ବ କରିଥିଲା ବେଳେ ପୂର୍ଣ୍ଣ ଚନ୍ଦ୍ର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS