BREAKING
Loading...
:

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ଦୌଡ ଅନୁଷ୍ଠିତ

 ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ଦୌଡ ଅନୁଷ୍ଠିତ




କେନ୍ଦ୍ରାପଡ଼ା, - : 

ଲୌହ ମାନବ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି ଏକତା ଦୌଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଗରାପୁର ଛକରୁ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ନିଜେ ଜିଲ୍ଲାପାଳ ଏକତା ଦୌଡରେ ଗରାପୁର ପର୍ଯ୍ୟନ୍ତ ସାମିଲ ହୋଇଥିଲେ । ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଆୟୋଜିତ ଏହି ଏକତା ଦୌଡ଼କୁ ଜିଲ୍ଲାପାଳ ରଘୁରାମ ଆର ଆୟର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ସହିତ ଶପଥ ପାଠ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ସମେତ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡା ସଂଘର ଖେଳାଳି ଏବଂ ଅନ୍ୟ ସମସ୍ତ ବର୍ଗର ଜନସାଧାରଣ ଯୋଗ ଦେଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS