ରଙ୍ଗେଇଲୁଣ୍ଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ
ଗୋପାଳପୁର,-:
ଡୁରା ସ୍ଥିତ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି l ଆୟୋଜିତ ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଉଚ୍ଚ ମାଧ୍ୟ୍ୟମିକ ଶିକ୍ଷା ନିର୍ଦ୍ଧେଳୟର ଯୁଗ୍ମ ନିର୍ଦେଶକ ପବିତ୍ର ମୋହନ ସାହୁ, ସ୍ୱତନ୍ତ୍ର ଅତିଥି ଗଞ୍ଜାମ ଜିଲ୍ଲା ପରିଷଦର ଉପସଭାପତି ରାଜେଶ୍ୱରୀ ଦୋରା, ସମ୍ମାନିତ ଅତିଥି ଭାବେ ଗୋପାଳପୁର କଲେଜ ର ଅଧ୍ୟକ୍ଷ ଡ଼ ରାମ ଚଦ୍ର ପଣ୍ଡା,ନ୍ୟାସନଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ପ୍ରଧାନ,ଭୂପେନ ଚନ୍ଦ୍ର ମହନ୍ତ ଓ ଡୁରା ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଆରମ୍ଭ କରିଥିଲେ lରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ସଂଗୀତ, ବିତର୍କ, ଚିତ୍ର କଳା, ଶିଳ୍ପ କଳା, ପ୍ରବନ୍ଧ, ରଚନା ଲିଖନ, ଶ୍ରୁତି ଲିଖନ ପ୍ରମୁଖ ପ୍ରତିଯୋଗିତାରେ ବ୍ରହ୍ମପୁର ଓ ରଙ୍ଗେଇଲୁଣ୍ଡା ବ୍କକ ଅନ୍ତର୍ଗତ ୧୭ ଟି କ୍ଲଷ୍ଟର ଅନ୍ତର୍ଗତ ୧୬୨ ଟି ବିଦ୍ୟାଳୟ ର ୬୦୦ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ l ଅପରାହ୍ନ ରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଡ଼ କୁଳମଣି ଓଝା, ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ପ୍ରତିନିଧି ବ୍ରଜମୋହନ ନାହକ, ଗଙ୍ଗାଧର ଶତପଥୀ,ଅବସର ପ୍ରାପ୍ତ ଅଧକ୍ଷ ଡ଼ ତାରା ପ୍ରସାଦ ଦାଶ, ସ୍ୱାମୀଜୀ ସଦାଶିବାନନ୍ଦଜୀ ଆଚାର୍ଯ୍ୟ, କୋଳଥି ଗାଁ ସରପଞ୍ଚ ଜଗମୋହନ ପାତ୍ର ଯୋଗ ଦେଇଥିଲେ l କୃତି ହାସଲ କରିଥିବା ଛାତ୍ର ଓ ଛାତ୍ରୀ ସିଲ ସହ ପ୍ରମାଣ ପତ୍ର ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଥିଲାl ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ବିଦ୍ୟାର୍ଥୀ ମାନେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ଭାଗ ନେବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment