ବିଜ୍ଞାପିତ ଅଞ୍ଚଳପରିଷଦ କାଉନସିଲରଂକ ଆନ୍ଦୋଳନ ସ୍ଥଗିତ,
ଦଶପଲ୍ଲା-୧୯/୧୦(ମଣିଭଦ୍ରା ଖବର)
୧୩ ଦଫା ଦାବୀ ପୂରଣ ପାଇଁ ଦଶପଲ୍ଲା ଏନଏସି ଅଫିସ୍ ସମ୍ମୁଖରେ ୩ଦିନ ହେଲା ଚାଲିଥିବା କାଉନସିଲରଂକ ଧାରଣା ସ୍ଥଗିତ ରହିଛି। ରବିବାର ଦିନ ଜିଲ୍ଲା ପରିଷଦ ମୁଖ୍ଯ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ ଘଟଣା ସ୍ଥଳରେ ପହଞ୍ଚି ଧାରଣାରତ କାଉନସିଲର ମାନଂକ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଉପସ୍ଥିତ ଥିଲେଏନ୍ ଏ ସି ଅଧ୍ୟକ୍ଷ ପୁନମ ପ୍ରିୟଦର୍ଶିନୀ ଏବଂ ବରିଷ୍ଟ ନାଗରିକ ଉପ ସଭାପତି ଗଙ୍ଗାଧର ମିଶ୍ର ଉପସ୍ଥିତ ଥିଲେ। ୧୩ଟି ଦାବୀ ମଧ୍ଯରୁ କିଛି ଦାବୀ ପୂରଣ ହୋଇଥିବା ବେଳେ ଅନ୍ୟ କିଛି ଦାବୀ ପୂରଣ ପାଇଁ ଆସନ୍ତା ୨୮ ତାରିଖରେ ବୈଠକ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ୨୮ତାରିଖ ପର୍ଯ୍ୟନ୍ତ ରଖାଯାଇଥିବାର ଖବର ମିଳିଛି।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment