BREAKING
Loading...
:

ସେକ୍ସ ରାକେଟ୍ ଠାବ ହୋଇଥିବା ଘରେ ପୁଲିସ୍‌ର ଚଢାଉ

 ସେକ୍ସ ରାକେଟ୍ ଠାବ ହୋଇଥିବା ଘରେ ପୁଲିସ୍‌ର ଚଢାଉ




ଭୁବନେଶ୍ୱର: ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳରେ ସେକ୍ସ ରାକେଟ୍ ଠାବ ଘଟଣା। ଲକ୍ଷ୍ମୀସାଗରସ୍ଥିତ ଏକ ଘର ତାଲା ଭାଙ୍ଗି ପୁଲିସ୍‌ ଭିତରେ ପଶିଛି। ଯେଉଁ ଘରେ ସେକ୍ସ ରାକେଟ୍ ଠାବ ହୋଇଥିଲା, ସେହି ଘରେ ଚଢାଉ କରିଛି। ଏବଂ ଦୁଷ୍କର୍ମର ଶିକାର ନାବାଳିକାଙ୍କ ବାବଦରେ ତଥ୍ୟ ସଂଗ୍ରହ କରିଛି। ସୂଚନା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲରୁ ଜଣେ ନାବାଳିକା ପୀଡ଼ିତାର ବୟାନ ପରେ କମିଶନରେଟ ପୁଲିସ ଏଭଳି ଏକ ସେକ୍ସ ରାକେଟକୁ ଠାବ କରିଛି। କ୍ୟାପିଟାଲ ଥାନା ପୁଲିସ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଘରେ ଚଢ଼ଉ କରି ଦୁଇ ଜଣ ମହିଳା ସମେତ ୪ ଦଲାଲଙ୍କୁ ଗିରଫ କରି ଶନିବାର ଅଦାଲତ ଚାଲାଣ କରିଛି। ଏଥିସହ ରାକେଟରେ ନିୟୋଜିତ ୩ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ମଞ୍ଚେଶ୍ବର ଥାନା ଅଧୀନ ପରିଡ଼ା କଲୋନୀ ନିକଟ ପାଲାମଣ୍ଡପ ପାଖରେ ରହୁଥିବା ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳର ମଞ୍ଜୁ ସେଠୀ, ବରମୁଣ୍ଡା କାଳୀମନ୍ଦିର ନିକଟରେ ରହୁଥିବା କଟକ ବାଙ୍କୀ ପାଟପୁର ଅଞ୍ଚଳର ମମତା ସାହୁ, ଲକ୍ଷ୍ମୀସାଗର ପ୍ଲଟ ନମ୍ବର ଇବି-୩୨୪ର ମାଲିକ ସଞ୍ଜୀବ କୁମାର ଦାସ ଓରଫ ବାପି ଓ ନୟାଗଡ଼ ଜିଲା ଘୁଗୁଡ଼ିପଡ଼ା ସ୍ଥିତ ବସନ୍ତପୁରର ଅବିନାଶ ମୁଦୁଲି। ହସ୍ପିଟାଲର ଅଭିଯୋଗ ପରେ ନାବାଳିକା ପୀଡ଼ିତାକୁ ପଚରାଉଚରା କରାଯାଇଥିଲା, ତେବେ ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ଘଟଣା ଉପରୁ ପରଦା ହଟାଇବା କଷ୍ଟକର ଥିଲା। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସେକ୍ସ ରାକେଟ ଧରାପଡ଼ିଥିଲା। ଏହାର ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂହ କହିଛନ୍ତି।

ଲକ୍ଷ୍ମୀସାଗର ପ୍ଲଟ୍‌ ନମ୍ବର ଇବି-୩୨୪ରେ ଗତ କିଛି ବର୍ଷ ହେବ ସେକ୍ସ ରାକେଟ ଚାଲିଥିଲା। ରାତିଦିନ ସବୁ ସମୟରେ ଏକାଧିକ ଝିଅ ଓ ପୁଅଙ୍କର ସେଠାରେ ଗହଳି ଜମୁଥିଲା। ପ୍ରାୟ ୫ ବର୍ଷ ହେବ ଉକ୍ତ ଘରେ ଏପରି ସେକ୍ସ ରାକେଟ ଚାଲିଥିବା ବେଳେ ନିକଟସ୍ଥ ଲୋକେ ନିଜକୁ ଅସୁରକ୍ଷିତ ମଣୁଥିଲେ। ସ୍ଥାନୀୟ ଥାନାରେ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିଲା। ପୁଲିସ ପହଞ୍ଚିବା ବେଳକୁ କାହାକୁ ପାଉନଥିଲା। ଗତ ୧୬ ତାରିଖରେ ଜଣେ ନାବାଳିକା ପୀଡ଼ିତା ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ପୀଡ଼ିତା ଯୌନ ନିର୍ଯାତନାର ଶିକାର ହୋଇଥିବା ଡାକ୍ତର ଜାଣିପାରିଥିଲେ। ଏନେଇ ହସ୍ପିଟାଲ ପକ୍ଷରୁ କ୍ୟାପିଟାଲ ଥାନାକୁ ଅବଗତ କରାଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କୁ ପଚରାଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS