ଧଳାପଥରରେ ପଲ୍ଲୀ ପ୍ରଶାସନ ଉଦଘାଟିତ,ଗ୍ରାମାଞ୍ଚଳ ଲୋକମାନଙ୍କୁ ମିଳିଲା ପ୍ରଶାସନ ସେବା l
ଧଳାପଥର,(ମାନସ ରଞ୍ଜନ ସାହୁ): ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବୋଲଗଡ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଓ ଖୋର୍ଦ୍ଧା ଜିଲ୍ଲା ପଞ୍ଚାୟତ ଅଫିସର ତଥା ପଲ୍ଲୀ ପ୍ରଶାସନ ନୋଡାଲ ଅଫିସର ସାମଳେନ୍ଦୁ ନାୟକଙ୍କ ଆବାହକତ୍ୱରେ ବ୍ଲକ ସ୍ତରୀୟ ପଲ୍ଲୀ ପ୍ରଶାସନ ସେବା ସୋମବାର ଦିନ ଧଳାପଥର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଓ ମୁଖ୍ୟବକ୍ତା ଭାବେ ବୋଲଗଡ ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ ଓ ସମ୍ମାନିତ ଅତିଥିଭାବେ ବିଡ଼ିଓ ସୁମନ ସୁଧା କୁଣ୍ଡୁ, ଅତିରିକ୍ତ ବିଡ଼ିଓ ଡକ୍ଟର ରତିକାନ୍ତ ମିଶ୍ର, ସହକାରୀ ଯନ୍ତ୍ରୀ ଅମୁଲ୍ୟ କୁମାର ବାହିନୀ ପତି, ସମାଜ ସେବୀ ମାନସ କୁମାର ବେହେରା , ବ୍ଲକ ଉପାଧକ୍ଷ ରମେଶ ଚନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ନାରାୟଣ ସାହୁ, , ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ରାୟଗୁରୁ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ, ଧୂପ ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମରେ କୃଷି, ପଞ୍ଚାୟତିରାଜ, ମସ୍ୟ ଓ ପଶୁ ପାଳନ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ତହସିଲ, ଶିଶୁ କଲ୍ୟାଣ ବିଭାଗ,ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଶିକ୍ଷା ଇତ୍ୟାଦି ବିଭାଗ ଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଲୋକମାନଙ୍କର ଲିଖିତ ଅଭିଯୋଗ ଗୁଡ଼ିକୁ ଗ୍ରହଣ କରି ତୁରନ୍ତ ଆଶୁ ସମାଧାନ କରିଥିଲେ l ଲୋକମାନେ କିପରି ଶୀଘ୍ର ପ୍ରଶାସନିକ ସେବା ପାଇପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବୋଲଗଡ ବ୍ଲକ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମ କରାଯାଉଛି ବୋଲି ନୋଡାଲ ଅଫିସର ସାମଳେନ୍ଦୁ ନାୟକ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ l ବ୍ଲକ ପଲ୍ଲୀ ପ୍ରଶାସନ ସେବା ମାଧ୍ୟମରେ ଲୋକମାନଙ୍କର ସମସ୍ତ ସମସ୍ୟା ସମାଧାନ ହୋଇପାରିବ ବୋଲି ମୁଖ୍ୟ ଅତିଥି ବିଧାୟକ ପ୍ରଦୀପ କୁମାର ସାହୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ l ସମସ୍ତ ସେବା କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଅମୁଲ୍ୟ କୁମାର ବାହିନୀ ପତ୍ତି, ବିଡ଼ିଓ ସୁମନ ସୁଧା କୁଣ୍ଡୁ ଓ ଅତିରିକ୍ତ ବିଡିଓ ଡକ୍ଟର ରତିକାନ୍ତ ମିଶ୍ର ବ୍ଲକ ଅଧ୍ୟକ୍ଷ ହୁଲ୍ଲାସ ପ୍ରଧାନ ଓ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଲୋକମାନଙ୍କର ସମସ୍ୟା ସମାଧାନ କରିବାରେ ସହଯୋଗ କରିଥିଲେ l ପରିଶେଷରେ ସ୍ଥାନୀୟ ସରପଞ୍ଚ ନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ମଣିଭଦ୍ରା ଖବର, ବାଙ୍କୀ
Post a Comment