BREAKING
Loading...
:

ସଞ୍ଜିବ କୁମାର ମହାପାତ୍ରଙ୍କୁ ଗଣିଆ ବିଡ଼ିଓ ଦାୟିତ୍ବ

 ସଞ୍ଜିବ କୁମାର ମହାପାତ୍ରଙ୍କୁ ଗଣିଆ ବିଡ଼ିଓ ଦାୟିତ୍ବ 



ଗଣିଆ ୧୩/୧୦(ମଣିଭଦ୍ରା ଖବର) ଗଣିଆ ବ୍ଳକରେ ଦୀର୍ଘ ଦିନ ହେବ ସ୍ଥାୟୀ ବିଡ଼ିଓ ନଥିବା ବେଳେ ତହସିଲଦାରଙ୍କୁ ଅତିରିକ୍ତ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ବିଡ଼ିଓ ସାଗର ନନ୍ଦଙ୍କ ବଦଳି ପରେ ଗଣିଆ ତହସିଲଦାର ପ୍ରିତିବାଳା ରଣା ବିଡ଼ିଓଙ୍କ ଦାୟିତ୍ବରେ ଥିଲେ । 



ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ୮ ଜଣ ବିଡ଼ିଓଙ୍କର ବଦଳି କରାଯାଇଛି । ଭଦ୍ରକ ଜିଲ୍ଳା ଚାନ୍ଦବାଲି ବିଡ଼ିଓ ସଞ୍ଜିବ କୁମାର ମହାପାତ୍ରଙ୍କୁ ଗଣିଆ ବିଡ଼ିଓ ଭାବେ ବଦଳି କରାଯାଇଥିବା ଜଣାପଡ଼ିଛି । ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS