ଶିମିଳିପୁର ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶିକ୍ଷକଙ୍କ ମୃତ୍ୟୁ
ବାଙ୍କୀ,୧୩/୧୦(ମାନସ ରଞ୍ଜନ ସାହୁ):ବାଙ୍କୀ ଶିମିଳିପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଚାଲିଥିବା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଠାରେ ବରଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମୃତ୍ୟୁଞ୍ଜୟ ମନ୍ତ୍ରୀଙ୍କ ପରଲୋକ ଘଟିଛି । ସ୍ୱର୍ଗତ ମନ୍ତ୍ରୀ ପୂର୍ବରୁ ସି.ଆର.ସି.ସି ଭାବେ କାର୍ଯ୍ୟ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୭ବର୍ଷ ବୟସ ହୋଇଥିଲା ଓ ସେ ଅବିବାହିତ ଥିଲେ । ସ୍ୱର୍ଗତ ମନ୍ତ୍ରୀ ଜଣେ ଜଣାଶୁଣା କବି ଭାବେ ପରିଚିତ । ଶିମିଳିପୁର ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେ ହଠାତ୍ ପଡି ଯାଇଥିଲେ ଓ ତାଙ୍କୁ ସଂଗେ ସଂଗେ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ପରଲୋକ ଖବର ପାଇ ଡମପଡ଼ା ବ୍ଲକ ଶିକ୍ଷା ଅଧିକାରୀ କାମରାଜ ସାହୁ, ସହକାରୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ସହକାରୀ ଶିକ୍ଷାଧିକାରୀ କାର୍ତ୍ତିକ ବେହେରା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସରୋଜ କୁମାର ମହାପାତ୍ର, ଶିକ୍ଷକ ସଂଘ ଉପଦେଷ୍ଟା ବିଦ୍ୟାଧର ଖଟୁଆ, ମାନସ କୁମାର ନନ୍ଦ, ସନ୍ତୋଷ କୁମାର ପରମଗୁରୁଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଡାକ୍ତର ଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ l
Post a Comment