ମା କାଳୀଙ୍କୁ ରୁପା କିରଟି ଦାନ କଲେ ୯୪ ମାଟ୍ରିକ ବ୍ୟାଚ ସହପାଠୀ
ଖଣ୍ଡପଡ଼ା ୨୨|୧୦ (ମଣିଭଦ୍ରା ଖବର) ଖଣ୍ଡପଡ଼ା ସହରର ରଥଗଡା ଛକରେ ବଣିକ ସଂଘ ପକ୍ଷରୁ ମା କାଳୀଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ୧୯୯୪ ବ୍ୟାଚ ମାଟ୍ରିକ ସହପାଠୀଙ୍କ ପକ୍ଷରୁ ଏକ ମୂଲ୍ୟବାନ ରୁପା କିରଟି ମା ଙ୍କୁ ଦାନ କରାଯାଇଛି। ସହପାଠୀ ବାଣିଶ୍ରୀପ୍ରସାଦ ମିଶ୍ରଙ୍କ ପ୍ରଚେଷ୍ଟାକ୍ରମେ ୩ ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ରୁପା କିରଟି ପ୍ରଦାନ କରାଯାଇଥିବା ସହପାଠୀ ସଂଗ୍ରାମ କେଶରୀ ରାୟ,ସୂର୍ଯ୍ୟନାରାୟଣ ପ୍ରଧାନ,ଲକ୍ଷ୍ମୀଧର ପାତ୍ର,ସନ୍ତୋଷ କୁମାର ମହାପାତ୍ର,ଗୋପୀନାଥ ଦାଶଙ୍କ ଠାରୁ ପ୍ରକାଶ।ମା କାଳୀ ପୂଜା କମିଟିର କର୍ମକର୍ତ୍ତାମାନେ ଏଥିନିମନ୍ତେ ୯୪ ବ୍ୟାଚ ସହପାଠୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment