ବନ୍ଦାଳ ଶକ୍ତିକେନ୍ଦ୍ରରେ ବିଜେପି କାର୍ଯ୍ୟକର୍ତା ସମ୍ମିଳନୀ
ବାଙ୍କୀ,(ମାନସ ରଞ୍ଜନ ସାହୁ): ବାଙ୍କୀ ବିଧାନସଭା ଅନ୍ତର୍ଗତ ସୁବର୍ଣ୍ଣପୁର ମଣ୍ଡଳ(ଜୋନ-୩୬)ର ଵନ୍ଦାଳ ପଂଚାୟତ ର ଶକ୍ତିକେନ୍ଦ୍ର ଠାରେ ଭାରତୀୟ ଜନତା ପାର୍ଟିର ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ଡଳ ସଭାପତି ଶ୍ରୀରାମ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବାଙ୍କୀ ଭାରତୀୟ ଜନତା ପାର୍ଟିର ନେତା ତଥା ବିଧାୟକ ପ୍ରାର୍ଥୀ ଅତିଥି ଭାବେ ତୁଷାରକାନ୍ତ ଚକ୍ରବର୍ତ୍ତୀ,ଯୋଗଦେଇ ଥିଲେ.ବାଙ୍କୀ ବ୍ଲକ ସାଂସଦଙ୍କ ପ୍ରତିନିଧି ଜୟନ୍ତ ବେଉରା, ଡ଼ମପଡ଼ା ବ୍ଲକ ସାଂସଦଙ୍କ ପ୍ରତିନିଧି ସରୋଜ ମତ୍ତଗଜସିଂ, ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବାଶିଷ ମାନସିଂ ଏବଂ ଵନ୍ଦାଳ ଶକ୍ତିକେନ୍ଦ୍ରର ବରିଷ୍ଠ କାର୍ଯ୍ୟକର୍ତ୍ତା ନାରାୟଣ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ମଞ୍ଚାସିନ ଅତିଥିମାନେ ସଙ୍ଗଠନକୁ ସୁଧୃଢ଼ ଏବଂ ସରକାରଙ୍କ ଯୋଜନା ସମ୍ବନ୍ଧରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କ ଅଭିଭାଷଣରେ ଅବଗତ କରାଇଥିଲେ । ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଶକ୍ତିକେନ୍ଦ୍ରର ପାଞ୍ଚ ଗୋଟି ବୁଥରୁ ଆସଥିବା ବୁଥ କମିଟିର ସମସ୍ତ ସଦସ୍ୟ/ସଦସ୍ୟା ଏବଂ ସମ୍ମିଳନୀରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେଇ କହିଥିଲେ ଓଡ଼ିଶାର ସାଢ଼େ ଚାରିକୋଟି ଜନସାଧାରଣ ଦୀର୍ଘ ୨୪ ବର୍ଷର ଦୁର୍ନୀତି ପୂର୍ଣ୍ଣ ସରକାରର ଅନ୍ତ ଘଟାଇ ଆମ ଦଳକୁ ରାଜ୍ୟରେ କ୍ଷମତାକୁ ଆଣିଛନ୍ତି , ଆମେ ଡବଲ ଇଞ୍ଜିନ ସରକାର ପାଇଛେ । ଦେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡବଲ ଇଞ୍ଜିନ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିଭଳି ସମାଜର ଶେଷ ସ୍ତରରେ ଥିବା ବ୍ୟକ୍ତି ବା ପରିବାର ନିକଟରେ ପହଞ୍ଚିବ ସେଥିପ୍ରତି ଆମମାନଙ୍କ ଭଳି ଶକ୍ତିକେନ୍ଦ୍ର ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କର ଗୁରୁ ଦାୟିତ୍ୱ ଅଛି । ଏହି କାର୍ଯ୍ୟ ଆମ୍ଭେମାନେ ସୁଚାରୁ ରୁପେ ସମ୍ପାଦନ କରିପାରିଲେ ରାଜ୍ୟ ସରକାର ଦେଖିଥିବା ବିକଶିତ ଓଡିଶା ଗଠନର ସ୍ୱପ୍ନ ସାକାର ହୋଇପାରିବ । ସେହିଭଳି ଆମ ରାଜ୍ୟ ଗଠନ ହେବାର ଶହେ ବର୍ଷପୂର୍ତ୍ତି ୨୦୩୬ରେ ପାଳନ କରିବାକୁ ଯାଉଛି ତେଣୁ ଆମେମାନେ କିଭଳି ଢ଼ଙ୍ଗରେ ବିରୋଧୀ ଶକ୍ତିମାନଙ୍କୁ ସଙ୍ଗଠନ ମାଧ୍ୟମରେ ମାତ ଦେଇ ବୁଥ ଏବଂ ଶକ୍ତିକେନ୍ଦ୍ର ସ୍ତରରେ ସଶକ୍ତ ହୋଇ ପାରିବା ସେ ଦିଗରେ ଧ୍ୟାନ ଦେଇ କାର୍ଯ୍ୟ କରିବାର ଆଵଶ୍ୟକତା ଅଛି । ଏହା ଆମେମାନେ କରିବାରେ ଯଦି ସଫଳ ହୁଅନ୍ତି ତେବେ ଆମ ଦଳ ଆଗାମୀ ଦିନରେ ବାଙ୍କୀରେ ନିଶ୍ଚିତ ସଫଳ ହେବ ବୋଲି ବକ୍ତବ୍ୟ ରେ କହିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ
Post a Comment